ଡି.ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍‌ ଗଞ୍ଜାମ ଜିଲ୍ଲା ଶାଖା ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାର ଗ୍ରାମାଞ୍ଚଳ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଡି. ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଓଣ୍ଡେସନ୍‌ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଛତ୍ରପୁର ସ୍ଥିତ ପଟ୍ଟନାୟକ କଲୋନୀ ଠାରେ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ସଭାରେ ଡି. ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍‌ ସଂସ୍ଥାର ସଂସ୍ଥାପକ ଶ୍ରୀମାନ ଦୁଲାଲ ମୁଖାର୍ଜୀ ଓ ଅଙ୍କିତା ମୁଖାର୍ଜୀ ଏବଂ ଏଡି. ଜି. ଚିତ୍ତରଞ୍ଜନ ବିଶ୍ୱାଳ ଯୋଗଦେଇ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଡି. ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍‌ର ମହିଳା ମାନଙ୍କୁ ରୋଜଗାର ଯୋଗାଇବାରେ ଗୁରୁତ୍ୱ ବହନ କରିବ ବୋଲି କହିଥିଲେ ଶ୍ରୀମାନ ଦୁଲାଲ ମୁଖାର୍ଜୀ କହିଥିଲେ । ଏହି ସଂସ୍ଥା କାର୍ଯ୍ୟକ୍ଷମ ହେଲେ ଗ୍ରାମାଞ୍ଚଳରେ କ୍ଷୁଦ୍ର ସ୍ଲିପ ମାଧ୍ୟମରେ ମହିଳାମାନେ ଭଲ ରୋଜଗାର କରିପାରିବେ ବୋଲି ମହିଳାମାନେ ଆଶା ପ୍ରକଟ କରିଛନ୍ତି । ଉକ୍ତ କର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଅଧିକାରୀ ସୁପ୍ରଭା ସ୍ୱାଇଁ, ସହ ଓଡିଶା ଅଧିକାରୀ ମନୋଜ କୁମାର ପଣ୍ଡା । ଗଞ୍ଜାମ ଜିଲ୍ଲାର ମୁଖ୍ୟ ସୁକାନ୍ତ କୁମାର ନାୟକ, ରୀନା ନାହାକ, ମାନବ ସମ୍ବଳ ଅଧକାରୀ ରାଜେନ୍ଦ୍ର ନାହାକଙ୍କ ସହ ଛତ୍ରପୁର ଗ୍ରାମାଞ୍ଚଳ ଏବଂ ସହରର ବହୁ ମହିଳାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.