ଛତ୍ରପୁର ବ୍ଳକ୍ ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ କର କମଳରେ ବିଭିନ୍ନ ପ୍ରକଳ୍ପର ମାରାଥନ୍ ଉଦ୍‌ଘାଟନ ହୋଇଯାଇଛି । ବଡମାଧପୁର ଗ୍ରାମଠାରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଗୃହ ଏବଂ ଗୋବା ଗ୍ରାମରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହକୁ ଉଦ୍‌ଘାଟନ କରାଯାଇଛି । ବଡ ମାଧପୁରେ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ରଙ୍ଗମାଟିଆ ଗ୍ରାମରେ ଏକ କୋଠ-ଘରକୁ ଉଭୟ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ବଡ ମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ସମିତି ସଭ୍ୟ ଏନ୍‌. କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ଗୋବା ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ସୁର, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡୀଙ୍କ ସମେତ ବହୁ ଗ୍ରାମପଞ୍ଚାୟତର ବୃଦ୍ଧିଜୀବୀ, ଗାଁ-ବାସୀ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.