ବନବିଭାଗ ପକ୍ଷରୁ ଗୋପାଳପୁର ଓ କରାପଲ୍ଲୀ ଠାରେ ବିଟ୍-ହାଉସ୍‌ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବନଖଣ୍ଡ ଅଧୀନରେ ଥିବା ଗୋପାଳପୁର ଓ କରାପଲ୍ଲୀ ଠାରେ ବନବିଭାଗର ବିଟ୍-ହାଉସ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ-ସଂରକ୍ଷକ ଡା. ସଞ୍ଜୟ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ବିଟ୍-ହାଉସ୍‌କୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ଵରୀ ହଂସଦା ଯୋଗ ଦେଇଥିଲେ । ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଉକ୍ତ ଅଞ୍ଚଳରେ ବନ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ସାହାଯ୍ୟ ଓ ସହାୟକ ହେବ ବୋଲି ସାଧାରଣରେ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବନପାଳ ଗିରୀଶ ଚନ୍ଦ୍ରରାୟ, ସୋମନାଥ ମଲ୍ଲିକ, ପ୍ରଶାନ୍ତ କାର୍ଜି, ବନରକ୍ଷୀ ସୁନୀତା ନାୟକ, ଅଶ୍ୱିନୀ ନାହାକ, ନୀଳମାଧବ ଜେନା, ତପନ ନନ୍ଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.