oom

ମିଲେଟ ଶକ୍ତି କାଫେ ଉଦ୍‌ଘାଟନ କଲେ ନରସିଂହ

jsmm
  • କାଫେ ପାଇଁ ଜାଗା ହରାଇଥିବା ଲୋକଙ୍କ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଲେଟ ମିଶନ ଓ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ମିଲେଟ ଶକ୍ତି କାଫେର ଉଦ୍‌ଘାଟନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଉଦ୍‌ଘାଟନରେ ମିଲେଟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଏହି କାଫେରେ ସୁଲଭ ମୂଲ୍ୟରେ ବିକ୍ରି ପାଇଁ ଉପଲବ୍ଧ ରହିବ । ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଓଡିଶା ମିଲେଟ ମିଶନ ଲକ୍ଷ ହେଲା ମିଲେଟ ଜାତୀୟ ଦ୍ରବ୍ୟର ଉତ୍ପାଦନ ସହ ଏହାକୁ ଖାଉଟିମାନଙ୍କ ମଧ୍ୟରେ ଆଦୃତ କରାଇବା, ଏହା ପ୍ରକ୍ରିୟାକରଣକୁ ସରଳିକରଣ କରାଇବା, ଏହାର ଉତ୍ପାଦନ କରି ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ଏହି ପୁଷ୍ଟିକର ଖାଦ୍ୟର ଦ୍ରୁତ ବଜାରିକରଣ କରାଇବା । ଆଜିର ଏହି ଉଦ୍‌ଘାଟନ ଅବସରରେ ମିଲେଟ ଶକ୍ତି କାଫେ ନିର୍ମାଣ ହୋଇଥିବା ସ୍ଥାନରେ ପୂର୍ବରୁ ସେଠାରେ ଛୋଟ ଛୋଟ ଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଲୋକେ ସେମାନଙ୍କୁ ସ୍ଥାନୀୟ ପୌରାଧ୍ୟକ୍ଷା ସେହି ସ୍ଥାନର ଅଧା ଜମିରେ ପୁନଃ ଦୋକାନଗୃହ ନିର୍ମାଣ କରି ସେ ଦୋକାନୀମାନଙ୍କୁ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ କିନ୍ତୁ ପରବର୍ତ୍ତି ସମୟରେ କୌଣସି ବି ଦୋକାନୀକୁ ତାଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଦୋକାନ ଗୃହ ପ୍ରଦାନ କରାଯାଇ ନାହିଁ ତେଣୁ ଏହି ଦୋକାନଗୃହ ତଥା ଜୀବିକା ହରାଇଥିବା ଦୋକାନୀମାନେ ବିଧାୟକ ମିଶ୍ରଙ୍କୁ ତାଙ୍କର ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ବିଧାୟକ ଶ୍ରୀ ମିଶ୍ର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏହି ବିସ୍ଥାପିତଙ୍କ ସମସ୍ୟା ଶୀଘ୍ର ପୁରଣ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ଏଠାରେ ଜୀବିକା ହରାଇଥିବା ଲୋକଙ୍କ ପାଇଁ ପ୍ରଶାସନ ନିଶ୍ଚିତ ଭାବରେ ବ୍ୟବସ୍ଥା କରିବ ବୋଲି କହିଥିଲେ । ଏହି ଉଦ୍‌ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମିଲେଟ ମିଶନ, ମିଶନ ଶକ୍ତିର ଅଧିକାରୀ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.