ମୋକ ପୋଲିଂ ବୁଥ୍‌ ଉଦ୍‌ଘାଟନ

ବଲାଙ୍ଗିର (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ସକାଶେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ୍‌ ଏବଂ ଭିଭିପାଟ ପ୍ରଦର୍ଶନ ସହ ପୋଲିଂ ବୁଥ୍‌ରେ ଭୋଟ୍‌ ଦେବାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଯିବ । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ଏହି କେନ୍ଦ୍ର ଉଦ୍‌ଘାଟନ କରିବା ସହ ୪ଟି ଇଭିଏମ୍‌ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମୋବାଇଲ ଭ୍ୟାନ ଗୁଡିକ ୧୪ଟି ବ୍ଲକ ଏବଂ ସମସ୍ତ ପୌରାଞ୍ଚଳ ବୁଲିବ । ଏହି ଭ୍ୟାନଗୁଡିକ ଜିଲ୍ଲାର ସମସ୍ତ ଭୋଟଦାନ କେନ୍ଦ୍ରଗୁଡିକ ବୁଲିବ ଏବଂ ସମ୍ପୃକ୍ତ ଅଧିକାରୀମାନେ ଭୋଟରମାନଙ୍କୁ ସଚେତନ କରାଇବେ । ମୋକ ପୋଲିଂ ପରେ ଭୋଟରମାନେ କାହାକୁ ଭୋଟ ଦେଲେ ଦେଖିପାରିବେ । ଏହା ଦ୍ୱାରା ଜଣେ ନିର୍ଭୁଲ ଭାବେ ଭୋଟ ଦେଇପାରିବ । ସଚେତନ ହେଲେ ଜଣେ ବିନା କୌଣସି ସମସ୍ୟାରେ ବୁଥକୁ ଯାଇ ଭୋଟ ଦେଇ ପାରିବ । ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ମୋକ କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ଫାଲ୍ଗୁନୀ ଶବର, ବଲାଙ୍ଗିର ବିଡିଓ ଶରତ କୁମାର ସେଠୀ, ପୁଇଁନ୍ତଲା ବିଡିଓ ଅମରେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.