oom

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦଘାଟନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ପାଭିଲିଅନ୍‌ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଏହା ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩୦ କୋଟି ଅନୁଦାନର ଫ୍ଲଡ୍‌ ଲାଇଟର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଜିଲ୍ଲାର କ୍ରୀଡାବିତ୍‌ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ପଶ୍ଚିମ ଓଡିଶାରେ କ୍ରୀଡାର ଭିତ୍ତିଭୂମିର ବିକାଶରେ ଏହା ନିଶ୍ଚିତ ଭାବରେ ସହାୟକ ହେବ । ବଲାଙ୍ଗୀରର ଏହି ନୂଆ ପାଭିଲିଅନ୍‌ କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିଭୂମିରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେ କହିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସହିତ ଓଡିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲାପାଳ ଚଂଚଳ ରାଣା, ଏସ.ପି. ରିଷିକେଶ ଖିଲାରୀ, ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ୍‌ର ସଭାପତି ଶ୍ରୀକର ମିଶ୍ର, ସମ୍ପାଦକ ହରିନାରାୟଣ ପୁଜାରୀ, ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ, ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ.ଅଜିତ୍‌ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକାର ଆନୁସଙ୍ଗିକ ସୁବିଧା ସୁଯୋଗ ସହିତ ଗାନ୍ଧୀ ଷ୍ଟାଡିୟମ ଏବେ ଏକ ରାଜ୍ୟସ୍ତରୀୟ ଷ୍ଟାଡିଅୟମରେ ପରିଣତ ହୋଇଥିବା ବେଳେ ଖେଳାଳୀମାନଙ୍କୁ ଗାନ୍ଧୀ ଷ୍ଟାଡିୟମର ସମୃଦ୍ଧି ବେଶ୍‌ ଉତ୍ସାହ ଯୋଗାଇ ଦେଇଛି ।

jittmm
Leave A Reply

Your email address will not be published.