ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ୩ ଦିନିଆ ୭୭ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ଉଦ୍‌ଘାଟନ

  • ଆମକୋ ସିମକୋ ଶହୀଦ ମାଟିରୁ ମଶାଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ଡାକରାରେ ଭାରତର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମ ନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ୭୭ତମ ସ୍ୱାଧୀନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରିବା ଡାକରାକୁ ସଂଗଠନର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ତିନି ଦିନ ଧରି ପାଳନ କରିବା ସହ ଗତ ଅଗଷ୍ଟ ୬ ତାରିଖ ଦିନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶଭକ୍ତି ରଚନା, ବକ୍ତୃତା, ଦେଶଭକ୍ତି ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିବା ବେଳେ ଆଜି ଅଗଷ୍ଟ ୧୩ ତାରିଖ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶହୀଦ ମାଟି ରକ୍ତ ତୀର୍ଥ ଆମକୋ ସିମକୋଠାରୁ ମଶାଲ ଶୋଭାଯାତ୍ରା ବାହାରି ଭଞ୍ଜ ଭବନଠାରେ କାର୍ଯ୍ୟକ୍ରମ ପହଞ୍ଚିଥିଲା । ମଶାଲ ଶୋଭାଯାତ୍ରାକାରୀଙ୍କୁ ବୀରମିତ୍ରପୁର, କୁଆଁରମୁଣ୍ଡା, ବେଦବ୍ୟାସ, ବିଶ୍ରାଛକ ଓ ଶେଷରେ ଭଞ୍ଜ ଭବନ ଛକଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ଶୋଭାଯାତ୍ରାକାରୀଙ୍କୁ ଠାରୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମଶାଲ ଗ୍ରହଣ କରିଥିଲେ । ମଶାଲ ଶୋଭାଯାତ୍ରା ରାଉରକେଲା ଆମ୍ବାଗାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିଠାରୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, କୃଷକ ସଭା ଜିଲ୍ଲା ସଂପାଦକ ସୁରେନ୍ଦ୍ର ଦାଶ, କ୍ଷେତ ମଜଦୂର ୟୁନିୟନ ଜିଲ୍ଲା ଆବାହକ ରଜତ ମୁଣ୍ଡା, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ରତ୍ନାକର ନାୟକ, କବି ପ୍ରଧାନ, ସଂଗ୍ରାମ ସାମଲ, ଯଜ୍ଞେଶ୍ଵର ସାହୁ, ପ୍ରଦୀପ ସେଠୀ, ପିଏଲ୍ ମିଶ୍ର, ବିନୟ ବେଉରିଆ, ଅଟଳ ସ୍ବାଇଁ, ବିଜୟ ସ୍ଵାଇଁ, ଭିକାରୀ ପ୍ରଧାନ, ସାଗର ଛୋଟରାୟ, ସେକ୍ ସାହାବୁଦ୍ଦିନ, ପ୍ରମୋଦ ପରିଡ଼ା, ସତ୍ୟମ୍ ତନ୍ତି, ବାବୁ ପାଲ୍, ଅନାଦି ସାହୁ, ବିଶ୍ଵନାଥ ଲେଙ୍କା, ସି ଦିବାକର ରାଓ, ପ୍ରଦୀପ ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଶୋଭାଯାତ୍ରାକାରୀ ଦଳକୁ ସିଆଇଟିୟୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର, ଅରୁ ଦାସ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ବଛିରାମ ବେହେରା, ଅଜିତ ଏକ୍କା, ସମ୍ୱିତ ସ୍ୱାଇଁ, ରଞ୍ଜନ ବେହେରା, ପ୍ରସନ୍ନ ମହାପାତ୍ର, ଅଜିତ ଦାସ, ଜୟନ୍ତୀ ପାଣ୍ଡବ, ସୁଶୀଳା ସେଠୀ, ନୀତୁ ସିଂହ ପ୍ରମୁଖ ଅଭିଯାତ୍ରୀ ଦଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅୟୋଜନ କମିଟି ପକ୍ଷରୁ ଭଞ୍ଜ ଭବନ ପ୍ରେକ୍ଷାଳୟରେ ସୁନ୍ଦରଗଡ଼ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ଓ ରାଇମା କ୍ଳବ ପକ୍ଷରୁ ଡେଡ୍ ଲିଫଟିଙ୍ଗ ପ୍ରତିଯୋଗିତା ବାସୁଦେବ ବାନାର୍ଜୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଅର୍ଜୁନ ପୁରସ୍କାର ବିଜେତା ସୁନିଲ୍ ପାତ୍ର, ରାଇମା କ୍ଳବ ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲା ଆଥେଲେଟିକ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ପ୍ରାୟ ୧୫୦ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.