ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲରେ ଶୁକ୍ରବାର ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନ ହୋଇଥିବା ଏହି ପ୍ରକଳ୍ପରେ ଘରକୁ ଘର ପାଇପ ଯୋଗେ ଗାଈବାହାଲ ଓ ଅର୍ଡା ଅଂଚଳରେ ପିଇବା ପାଣି ଯୋଗାଇ ଦିଆଯିବ । ଠିକ୍ ସେହିପରି ବଡବନ୍ଧରେ ସରପଞ୍ଚ ଜଗବନ୍ଧୁ ମେହେରଙ୍କ ଉପସସ୍ଥିତିରେ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଶ୍ରୀ ମିଶ୍ର । ଏହି ପ୍ରକଳ୍ପ ପାଇଁ ବଡବନ୍ଧ ତଥା ଆଖପାଖ ଗାଁର ଲୋକେ ବହୁ ଦିନରୁ ଦାବୀ କରି ଆସୁଥିଲେ । ଏହି ପ୍ରକଳ୍ପ ଯୋଜନା ମୁତାବକ ବଡବନ୍ଧ ପଞ୍ଚାୟତର ଗାଁଗୁଡିକୁ ଟେପ ଯୋଗେ ପିଇବା ପାଣି ପହଞ୍ଚି ପାରିବ । ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ଅବସରରେ ଉପସ୍ଥିତ ଗ୍ରାମବାସୀଙ୍କୁ ଶ୍ରୀ ମିଶ୍ର କହିଥିଲେ ଯେ, ଆଗାମୀ ନିର୍ବାଚନରେ ଦେଓଗାଁ ବ୍ଲକର ପ୍ରତ୍ୟେକ ଘରକୁ ଟେପ ଯୋଗେ ପିଇବା ପାଣୀ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଅନେକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଥବା ବେଳେ କିଛି ନିର୍ମାଣାଧୀନ ଅବସ୍ଥାରେ ଓ କିଛି ଆରମ୍ଭ ହେବାକୁ ଯାଉଛି । ଗ୍ରାମ୍ୟ ପାନୀୟ ଜଳ ବିଭାଗର ଯନ୍ତ୍ରୀ ଓ ଗ୍ରାମବାସୀମାନଙ୍କୁ ଅନୁରୋଧ କାର୍ଯ୍ୟନିର୍ବାହି ସଂସ୍ଥା ଯେପରି ପ୍ରକଳ୍ପ ନିର୍ମାଣରେ ଗୁଣବତ୍ତା ଏବଂ ସମୟସୀମାରେ ସାଲିସ ନକରିବ ତାହା ଉପରେ ଧ୍ୟାନ ଦେବେ । ଯାହା ଫଳରେ ପ୍ରକଳ୍ପରୁ ଲୋକେ ଠିକ୍ ସମୟରେ ପାଣି ପାଇପାରିବେ । ଏହି ଉଭୟ କାର୍ଯ୍ୟକ୍ରମରେ ଗାଈବାହାଲ ସରପଞ୍ଚ ତ୍ରିଲୋଚନ ନାଗ, ସମିତି ସଭ୍ୟ ସଂଯୁକ୍ତା ସେଠ, ବଡବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଅସିତ ମିଶ୍ର, ଭଗିରଥ ମେହେର, ପ୍ରଦୀପ ପଧାନ, ଭିକାରି ପଧାନ, ବ୍ଲକ କଂଗେସ କମିଟି ସଭାପତି ରାମଜୀ ଚୌଧୁରୀ, ସନ୍ତୋଷ ପଧାନ, ପପୁ ପାତ୍ର, ପୂର୍ବ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Next Post