ଆଟଗାଁରେ ଧରମସିଂ ମାଝୀ ମାନଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

  • ପୁଇଁତଲାକୁ ହରାଇ ଦୁହେଲ ସେମି ଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଧରମସିଂ ମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚ ସାଳିନୀ ସେଠ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଥମ ମ୍ୟାଚ୍‌କୁ ଉଦଘାଟନ କରିଥିଲେ । ପ୍ରଥମ ଲିଗ୍ ମ୍ୟାଚ୍‌ ମହାଦେବପାଲି ଓ ଦୁହେଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁହେଲ ୧୧୬ ରନ କରିଥିଲା । ମହାଦେବପାଲି ଦଳ ୧୧୭ ରନ୍‌ର ଫଲୋକରି ଅଲଆଉଟ ହୋଇ ମାତ୍ର ୮୬ ରନ୍‌ କରି ପରାଜିତ ହୋଇଥିଲେ । ଦ୍ୱିତୀୟ ଲିଗ୍‌ ମ୍ୟାଚରେ ରୁଗୁଡିପାଲି ଦଳ ଓ ପୁଇଁତଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ରୁଗୁଡିପାଲି ଦଳ ନିର୍ଦ୍ଧାରିତ ୮ଓଭରରେ ୬୯ ରନ ସଂଗ୍ରହ କରି ୭୦ ରନର ଟାର୍ଗେଟ ଦେଇଥିଲେ । ଏହି ମ୍ୟାଚରେ ପୁଇଁତଲାଦଳ ନିର୍ଦ୍ଧାରିତ ଓଭରରେ ୭୦ରନ କରି ୫ ୱିକେଟରେ ବିଜୟୀ ହୋଇଥିଲା । ଫଳରେ ଦୁହେଲ ଓ ପୁଇଁତଲା ଦଳ ମଧ୍ୟରେ କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଦୁହେଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରତ ୭ ଓଭରରେ ୧୧୧ରନ ସଂଗ୍ରହ କରିଥିଲା । ଏହାକୁ ଫଲୋକରି ପୁଇଁତଲା ଦଳ ମାତ୍ର ୮୭ ରନ କରି ୩୫ ରନରେ ପରାଜିତ ହୋଇଥିଲେ । ଦୁହେଲ ଦଳ ସେମିଫାଇନାଲକୁ ପହଞ୍ଚିଛି । ଦୁହେଲ ଟିମ୍‌ର ଅନୁରାଗ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇ ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚ୍‌ରେ ବରେଣ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବଲାଙ୍ଗିର ସୂଚନା ଅଧିକାର ଅଭିଯାନର ଆବାହକ ନୀଳମଣି ଯୋଷୀ, ବରିଷ୍ଠ ନାଗରିକ ବିପିନ ବିହାରୀ ଭୋଇ ଓ ଆଟଗାଁ ଧରମସିଂ ମାଝୀ ମାନ୍ଧାତା ସ୍ମୃତି କମିଟିର ଅଧ୍ୟକ୍ଷ କାଳିନ୍ଦ୍ରୀ ମାଝୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ନିଖିଲ ପୁଟେଲ ଓ ଶିବ ଦଳେଇ ଅମ୍ପାୟାର ଥିବାବେଳେ ସଂଗ୍ରାମ ରଣା କମେଣ୍ଟ୍ରି କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ନ୍ୟୁଷ୍ଟାର କ୍ରିକେଟ କ୍ଲବର ଶିବ ଦଳେଇ, ବିକ୍ରମ ପଶାୟତ, ଶ୍ରୀତମ ମିସ୍ତ୍ରୀ, ଅନୀତା ଷାଣ୍ଢ, ଆଦର୍ଶ କୁଅଁର, କଲତା ଷାଣ୍ଢ, ପ୍ରତାପ ପୁଟେଲ, ଶିବ ପୁଟେଲ, ବିମଲ ପୁଟେଲ, ସୁମନ୍ତ ମାଝୀ, ସୁରଜ ଧରୁଆ, ଜିତୁ ନାଏକ, ଇରଫାନ ପଶାୟତ, ଆକାଶ ବାଘ, ଅମନ କୁଅଁର, ଚନ୍ଦ୍ର ବାଗ, ବଣ୍ଟି ବାଘ, ଭରତ ବାଘ, ସିପୁନ ବେହେରା, ଆୟୁଷ ଠାକୁର ଓ ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ । ୫ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ଓ ଆସନ୍ତା ୧୮ ତାରିଖରେ ଏହାର ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.