ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରୁ ବିଷାକ୍ତ ଗୋଖର ନାଗ ସାପ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରେ ଏକ ବିଷାକ୍ତ ନାଗସାପ ରହିଥିବା ଘରଲୋକେ ଦେଖିବାକୁ ପାଇଥିଲେ । ସେମାନେ ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମର ଜଣାଶୁଣା ସାପଧରାଳି ଯୋଗୀ ରଣାଙ୍କୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ । ଖବର ପାଇ ଶ୍ରୀ ରଣା ଗୋବିନ୍ଦ ନାଗଙ୍କ ଘରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ । ସାପଟି ବିଷାକ୍ତ ଗୋଖର ନାଗ ହୋଇଥିବା ବେଳେ ଏହାର ଲମ୍ବ ପ୍ରାୟ ୬ ଫୁଟ ଥିବା ଜଣାପଡିଛି । ସାପଟିକୁ ଧରିବା ନେଇ ଶ୍ରୀ ରଣାଙ୍କୁ ପରିବାର ସହ ଗ୍ରାମବାସୀଙ୍କ ପକ୍ଷରୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.