କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ବଡବାଙ୍କି ଗ୍ରାମର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଉଛନ୍ତି ବଡବାଙ୍କି ଗ୍ରାମର ଜଳନ୍ଧର ମାଝି (୧୯) । ନିର୍ମାଣଧୀନ ୫ଟି ସ୍କୁଲ ପାଖରେ ଥିବା କୂଅରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସନ୍ଦେହ ଘେରରେ ସ୍କୁଲ ନିର୍ମାଣ କାର୍ଯ୍ୟରେ ଲିପ୍ତ କାରିଗର । ନିର୍ମାଣଧୀନ କୋଠାରେ କାର୍ଯ୍ୟରତ କାରିଗର ଗତ ରାତିରେ କାର୍ଯ୍ୟ ବନ୍ଦ କରି ଫେରାର ମାରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ପୋଲିସକୁ ଫୋନ୍ ଯୋଗେ ସୁଚନା ଦେଇଥିବା ବେଳେ କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚିବ ବୋଲି ଜଣାପଡିଛି ।

Leave A Reply

Your email address will not be published.