ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କର୍ଲାମୁଣ୍ଡା : ସୋମବାର ସକାଳୁ କର୍ଲାମୁଣ୍ଡା ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଖବର ପାଇ କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ରିଷିଡା କଲେଜ ଛକ ନିକଟରେ ଉତେଇ କେନାଲରେ ଜଣେ ବ୍ୟକ୍ତିଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହାଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିର ପୁଲିସ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.