om academy

ଘର ଅଗଣାରୁ ନାଗ ସାପ ଉଦ୍ଧାର

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଅଧୀନ ରାଢୁଅ ଗ୍ରାମରୁ ଏକ ବିଷାକ୍ତ ନାଗ ସାପ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଢୁଅ ଗ୍ରାମର ବିଚିତ୍ରା ନନ୍ଦ ଜେନାଙ୍କ ଘରେ ଏକ ବିଷାକ୍ତ ନାଗ ସାପ ପଶିଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ସାପଟିକୁ କାବୁ କରିବା ପାଇଁ ବେରବୋଇ ପଞ୍ଚାୟତ ଅଧୀନ ଉଦୟପୁର ଗ୍ରାମର ଜଣାଶୁଣା ସ୍ନେକ୍ ମ୍ୟାନ୍ ପ୍ରହଲ୍ଲାଦ ପ୍ରଧାନଙ୍କୁ ପରିବାର ଲୋକେ ଖବର ଦେଇଥିଲେ । ଖବର ପାଇ ଶ୍ରୀ ପ୍ରଧାନ ରାଢୁଅ ଗ୍ରାମରେ ପହଞ୍ଚି ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରିବା ଦିଗରେ ସକ୍ଷମ ହୋଇଥିଲେ । ତେବେ ସାପଟିକୁ ଏକ ପ୍ଲାଷ୍ଟିକ୍ ଜାରରେ ଭର୍ତ୍ତି କରି କାବୁ କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.