ବଲାଙ୍ଗିର ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି । ବଲାଙ୍ଗିର ଦେଓଗାଁ ଥାନା ଅନ୍ତର୍ଗତ ଘୁଚିପାଲି ଗ୍ରାମ ନିକଟ ରେଳ ଧାରଣାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ପଡିଥିବାର ବଲାଙ୍ଗିର ଜିଆରପି ପୋଲିସ୍ ଖବର ପାଇଥିଲା । ଏବଂ ଘଟଣା ସ୍ଥଳରୁ ଲାଲ ରଙ୍ଗର ସାର୍ଟ ଓ ନୀଳ ଜିନ୍ସ ପିନ୍ଧିଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲା । ତେବେ ମୃତକର ପରିଚୟ ଏ ଯାଏଁ ମିଳିପାରି ନ ଥିବା ବେଳେ ବଲାଙ୍ଗିର ଜିଆରପି ପୋଲିସ୍ କେସ ନମ୍ୱର୍ ୨୨/ ୨୪ରେ ଏକ ମାମଲା ରୁଜୁ କରି ଶବ ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ତେବେ ପରିଚିତଙ୍କୁ ଖୋଜିବାକୁ ପୋଲିସ୍ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.