ଘର ଭିତରୁ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ସେପ୍ତିବାହାଲରେ ଏକ ଘର ଭିତରୁ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ୨ ଶ୍ରମିକ ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶ୍ରମିକ ନିକଟସ୍ଥ ବାଉରିମୁଣ୍ଡାର ମିଠୁ ଓରାମ ଓ ଦିଲୀପ ସା’ । ସେମାନେ ଆସି ଏଠାରେ ଠିକାଦାର ବିକାଶ ରାଓଙ୍କ ପାଖରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ କେଉଁ ସ୍ଥିତିରେ ସେଠାରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଶ୍ରମିକଙ୍କ ମୃତଦେହକୁ ଜବତ କରିଛି ।

Leave A Reply

Your email address will not be published.