ଭଞ୍ଜନଗର ରେଞ୍ଜରୁ ୧୨ ଫୁଟ୍‌ ଲମ୍ବର ଅହିରାଜ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରରୁ ଉଦ୍ଧାର ହେଲା ୧୨ ଫୁଟିଆ ଅହିରାଜ, ସ୍ଥାନୀୟ ଲୋକେ ଭୟଭୀତ । ଦୀର୍ଘ ୪ ଦିନ ହେବ ନିକଟସ୍ଥ ଜଙ୍ଗଲରୁ ଏହି ସାପଟି ଆସି ଗ୍ରାମର ବିଭିନ୍ନ ସ୍ଥାନରେ ବିଚରଣ କରୁଥିଲା । ରେଞ୍ଜର ଅନୁପମ ବାନାର୍ଜୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ କେଦାର ନାଥ ମଲ୍ଲିକ ଅହିରାଜକୁ ଉଦ୍ଧାର କରିଛନ୍ତି । ୧୨ ଫୁଟ୍‌ ଲମ୍ବ ଅହିରାଜକୁ ଉଦ୍ଧାର କରି ବିଞ୍ଜଗିରି ବିଟ୍ର କଳାକାଠି ମୁଣ୍ଡିଆ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି ବୋଲି ରେଞ୍ଜର ଶ୍ରୀ ବାନାର୍ଜୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.