centurian jitm

ବେଲପଡ଼ାଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ଓ ପିକଅପ୍ ଭ୍ୟାନ୍ ଜବତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପିକଅପ୍ ଭ୍ୟାନ୍ ଜବତ ନେଇ ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୧୪ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ବେଲପଡା ଠାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପିକଅପ୍ ଭ୍ୟାନ୍‌କୁ ଜବତ କରିବା ସହ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଗିରଫ ଅଭିଯୁକ୍ତ ଜଣକ ବେଲପଡାର ହରିସ ଚନ୍ଦ୍ର ଛତ୍ରିଆ ବୋଲି ଜଣାପଡିଛି । ଅନ୍ୟପଟେ ଜିଲ୍ଲା ପୋଲିସ ଦ୍ୱାରା ମିଶନ ଉଦ୍ଧାରରେ ଏପର୍ଯ୍ୟନ୍ତ ୬୦୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୪ଟି ମାମଲା ପଞ୍ଜିକୃତ ହୋଇଛି ଏବଂ ୫୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.