
ବଲାଙ୍ଗିର, (କେପିଏନ୍ଏସ୍) : ବ୍ରାହ୍ମଣପଡା ଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ମାଙ୍କଡ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିବା ନେଇ ଡିଏଫ୍ଓ ନୀତିଶ କୁମାର ଏନେଇ ସୂଚନା ଦେଇଛନ୍ତି । ତେବେ ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁମାନେ ଏବେ ସହର ମୁହାଁ ହେଉଥିବା ବେଳେ ଏହି ପରି ବିଦ୍ୟୁତ ଆଘାତ ହେଉ କିମ୍ବା ଦୁର୍ଘଟଣାର ଶିକାର ହେଉଛନ୍ତି, ସେଥିପାଇଁ ବନ ବିଭାଗ ଓ ବଲାଙ୍ଗିର ବୁଦ୍ଧିଜୀବୀ ମହଲ ପକ୍ଷରୁ ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ଉପରେ ଚିନ୍ତା କରିବାକୁ ଦାବୀ ହୋଇଛି ।