
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବଲାଙ୍ଗିରରୁ ପାଟଣାଗଡ ରୋଡ଼ ସ୍ଥିତ ପଥରଚେପା ଘାଟି ଠାରେ ଦୁର୍ଘଟଣାରେ ଆହତ ଗୋଟିଏ ବାରହା ଉଦ୍ଧାର ହୋଇଥିବା ଜଣାପଡିଛି । କର୍ତ୍ତବ୍ୟ ଫାଉଣ୍ଡେସନର ସଦସ୍ୟମାନେ ଏହି ଜଙ୍ଗଲି ବାରହାକୁ ଉଦ୍ଧାର କରିଥିଲେ ଏବଂ ବନ ବିଭାଗକୁ ହସ୍ତାନ୍ତର କରି ବଲାଙ୍ଗିର ବନ ବିଭାଗ ଅଫିସକୁ ଆଣି ଏହାର ଚିକିତ୍ସା କରାଯାଇଥିବା ଜଣାପଡିଛି ।