ls

ରେଳଧାରଣା ପାର୍ଶ୍ଵରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ-ଖୋର୍ଦ୍ଧା ରେଳପଥର ଜଗଦଳପୁର ଲେବୀଲ କ୍ରସିଂ ସନ୍ନିକଟ ରେଳଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ଶବକୁ ସାକ୍ଷୀଗୋପାଳ ରେଳବାଇ ପୋଲିସ ଜବତ କରିଥିବା ଜଣାପଡିଛି । ମୃତ ଯୁବକ ମୁହଁରୁ ଫେଣ ବାହାରିଥିବା ବେଳେ ତାଙ୍କ ବୟସ ୩୫ ହେବ ବୋଲି ଅନୁମାନ କରାଯାଉଛି । ଯୁବକଙ୍କ ରଙ୍ଗ ଗୌରବର୍ଣ୍ଣ ହୋଇଥିବା ବେଳେ ଉଚ୍ଚତା ୫ଫିଟ ୫ଇଞ୍ଚ, ଦେହରେ କଫି କଲର ପ୍ୟାଣ୍ଟ ଓ ଧଳା ଚେକ ସାର୍ଟ ପିନ୍ଧିଛନ୍ତି । ଖବର ପାଇ ସାକ୍ଷୀଗୋପାଳ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଚିହ୍ନଟ ପାଇଁ ପୁରୀ ଶବ ସଂରକ୍ଷଣ ଗୃହରେ ରଖାଯାଇଛି ବୋଲି ସାକ୍ଷୀଗୋପାଳ ରେଳବାଇ ଫାଣ୍ଡି ଅଧିକାରୀ ଏଏସଆଇ ରମେଶ ଦାଶ ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.