୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସହରସ୍ଥିତ ହାତୀଶାଳପଡା ଡ୍ୟାମ ନିକଟରୁ ଏକ ବଡ ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଅଜଗର ଧରିବା ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍‌ ପହଞ୍ଚି ଅଜଗରକୁ ନେଇଥିଲେ । ଅଜଗର ୧୦ ଫୁଟ ଲମ୍ବ ଓ ୭ କେଜିରୁ ଅଧିକ ଓଜନ ଥିବା କହିଛନ୍ତି ବନ ବିଭାଗ କର୍ମଚାରୀ । ଅଜଗରଟି ସୁସ୍ଥ ଥିବାରୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.