centurian jitm

ଯମୁନା ଗାଁ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଲେ ସାମ୍ବାଦିକମାନେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜୀବନ ବଞ୍ଚାଇଲେ ସାମ୍ବାଦିକମାନେ । ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ପଠାଇଥିଲେ । ବଲାଙ୍ଗିର ଜିଲ୍ଲା ମୁରିବାହାଲ-ହଳଦୀ ରାସ୍ତାର ଯମୁନା ଗାଁ ବୁଲାଣିଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇପଡ଼ିଥିଲେ । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ ସାମ୍ବାଦିକମାନେ । ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗାଁର ଶତୃଘ୍ନ ବେହେରା ନିଜର ଜଣେ ସମ୍ପର୍କୀୟା ମହିଳାଙ୍କ ସହ କୌଣସି କାମରେ ମୁରିବାହାଲ ଯାଇ ଘରକୁ ଫେରୁଥିବା ବେଳେ ଯମୁନା ଗାଁ ବୁଲାଣିଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ରାସ୍ତା ପାର୍ଶ୍ଵକୁ ଛିଟିକି ପଡିଥିଲେ । ଏହି ସମୟରେ ହଳଦୀ ଅଞ୍ଚଳରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଦୀପକ ଦାସ ଯାଦବ, ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ ଓ ପୁଷ୍ପକେତୁ ବେହେରା ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡାକି ଡ଼ାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ । ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ମଧ୍ୟ ହେଉଥିଲା । ତାଙ୍କ ସହ ଥିବା ମହିଳା ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ଡହ ଡହ ଖରା ଯୋଗୁଁ ରାସ୍ତାଘାଟ ଶୁନଶାନ ଥିବା ବେଳେ ଦେବଦୂତ ଭଳି ଠିକ ସମୟରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ସାମ୍ବାଦିକମାନଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.