ଅଙ୍ଗ ନଦୀକୂଳରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରେ ଏକ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ମୃତଦେହଟି କିଛି ଦିନ ପୂର୍ବର ବୋଲି ଜଣାପଡିଛି ।

Leave A Reply

Your email address will not be published.