ଦଳେଇଗୁଡା ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ପାକଝୋଲା ପଞ୍ଚାୟତ ଦଳେଇଗୁଡ଼ା ନିକଟସ୍ଥ ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯୁବକ ଜଣକ ପ୍ରଫୁଲ୍ଲ ହନ୍ତାଳ ପରଜା ମୁଠାଇ ଗ୍ରାମ ପଂଚାୟତ ଲେକିଡ଼ିଗୁଡା ଗ୍ରାମର ବୋଲି ଜଣାଯାଇଛି । ଯୁବକ ଜଣକ ଭୁବନେଶ୍ୱର ଠାରେ ସିକୁରିଟି ଗାର୍ଡ ଭାବରେ କାର୍ଯ୍ୟରତ ଥିବାବେଳେ କିଛି ଦିନ ହେବ ନିଜ ଗ୍ରାମରୁ ବାହାରି ଦଳେଇଗୁଡ଼ା ଗ୍ରାମକୁ ଯାଇଥିଲେ । ଗତ ବୁଧବାର ଦିନ ଠାରୁ ନିଖୋଜ ଥିବା ପରିବାରବର୍ଗ ସୂଚନା ଦେଇଛନ୍ତି । ତେବେ କିଛି ପୂର୍ବ ଶତୃତାକୁ ନେଇ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଖବର ପାଇ ସେମିଳିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ସୁନାବେଡ଼ା ଏସ୍‌ଡିପିଓ ମନବ୍ରତା ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.