ମୁରିବାହାଲ ଥାନା ଅଞ୍ଚଳରୁ ୭ ଦାଦନ ଶ୍ରମିକ ଉଦ୍ଧାର ଘଟଣା : ଅଟକ ଅଟୋ ଡ୍ରାଇଭର କୋର୍ଟ ଚାଲାଣ

  • ଦାଦନ ଦଲାଲ ଓ ସର୍ଦ୍ଦାର ଏବେବି ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରୁ ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୭ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ଜଣଙ୍କ ଫେରାର ହୋଇଯାଇଥିବା ବେଳେ ଦାଦନ ଚାଲାଣ କରାଯାଉଥିବା ଅଟୋର ଡ୍ରାଇଭର ରାଜେଶ ନାଗ(୪୫)ଙ୍କୁ ପୁଲିସ ଅଟକ ରଖିଥିଲା । ଗୁରୁବାର ପୁଲିସ କେଶନ ୨୮୨/୨୩ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସମସ୍ତ ଦାଦନ ଶ୍ରମିକ ଟିଟିଲାଗଡ ଥାନା କତରକେଲା ପଞ୍ଚାୟତ କୁମୁଡ଼ିପଦର ଗ୍ରାମର ହୋଇଥିବା ବେଳେ ଏମାନଙ୍କୁ ତାଙ୍କ ଗ୍ରାମର ଦାଦନ ଦଲାଲ ଡାକ୍ଟର ବାଗ ଓ କଣ୍ଟାବାଞ୍ଜିର ମୁଖ୍ୟ ସର୍ଦ୍ଦାର ଇବ୍ରାହିମ ଖାଁ ଓରଫ ଟାରଜନ ୪୦ରୁ ୫୦ହଜାର ଟଙ୍କା ବଇନା ଦେଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ଏମାନଙ୍କୁ ମୁରିବାହାଲରୁ ଗୁଲମୀ ରାସ୍ତାରେ ପୁଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଅଟୋ ନ ସିଜି ୦୪ଟି ୪୩୭୬ରେ ଚାଲାଣ କରୁଥିବା ବେଳେ ଉଦ୍ଧାର କରିଥିଲା । ଟିଟିଲାଗଡର ଅଟୋ ଡ୍ରାଇଭର ରାଜେଶ ନାଗ(୪୫)ଙ୍କୁ ପୁଲିସ ଅଟକ ରଖିଥିଲା । ଖବର ପାଇ ବଲାଙ୍ଗିର ଲେବର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସୁନା ଓ ଏଏଲଓ ସୁକାନ୍ତ ସେଠୀ ପହଞ୍ଚି ଅଧିକ ତଦନ୍ତ କରି ସମସ୍ତଙ୍କୁ ତାଙ୍କ ପରିବାର ନିକଟକୁ ପଠାଇ ଦେଇଥିଲେ । ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ଫେରାର ଥିବା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ପରେ ଅଞ୍ଚଳରୁ ଏହା ପ୍ରଥମ ଦାଦନ ଉଦ୍ଧାର ଘଟଣା ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଦାଦନ ଦଲାଲ, ମୁଖ୍ୟ ସର୍ଦ୍ଦାର ଓ ସହଯୋଗୀଙ୍କୁ ଗିରଫ କରିବାରେ ପୁଲିସର ହାତ ଖାଲିଥିବା ବେଳେ ସେମାନେ ଏବେବି ଫେରାର ଥିବା ଓ କେବଳ ଅଟୋ ଚାଳକଙ୍କୁ କୋର୍ଟ ଚାଲାଣ କରାଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି ।

Leave A Reply

Your email address will not be published.

error: Content is protected !!