୫ ଫୁଟ୍‌ ଲମ୍ବର ବିଷାକ୍ତ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଫୁଲଝରଣ ଗ୍ରାମର ଜଣଙ୍କ ଘର ଭିତରୁ ଏକ ୫ ଫୁଟ୍‌ ଲମ୍ବର ବିଷାକ୍ତ ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଫୁଲଝରଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ବିଷଧର ନାଗସାପ ପଶିଥିବା ଖବର ପାଇ ସ୍ନେକ୍‌ ରେସ୍କ୍ୟୁ ଟିମ୍‌ର ସୁରୁ ତାଣ୍ଡି ପହଞ୍ଚି ଉକ୍ତ ନାଗସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିଥିବା ସାପଟିକୁ ନେଇ ପଥରଚେପା ଜଙ୍ଗଲରେ ଛାଡି ଦେଇଥିବା ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.