ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ବିଧାୟକ ଡ.ମହାଲିଙ୍ଗ ଶନିବାର ରାତିରେ ଜାମାଗାଁରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜାତୀୟ ରାଜପଥ-୨୬ର ରଣ୍ଡାଛକରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡି ରହିଥିଲେ । ରାସ୍ତାରେ ପଡିଥିବା ମହିଳା ଜଣଙ୍କୁ ବିଧାୟକ ନିଜେ ଉଠାଇ ତାଙ୍କ ଗାଡିରେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରାଇଥିଲେ । ମହିଳା ଜଣକ ସୋନପୁର ଜିଲ୍ଲା ଖଲିଆପାଲି ପଞ୍ଚାୟତର ପଣ୍ଡକିଟାଲ ଗାଁର ବୋଲି ଜଣାପଡିଛି । କୌଣସି କାରଣରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଅସହାୟ ଅବସ୍ଥାରେ ପଡି ରହିଥିଲେ । ବିଧାୟକଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଥିଲେ । ବିଧାୟକଙ୍କ ଏଭଳି ମାନବୀୟ ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.