centurian jitm

ମାଛ ଧରିବାକୁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ଉଦ୍ଧାର

nschool

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର ଆଦିକନ୍ଦ ଦୋଳି ନାମକ ବ୍ୟକ୍ତି ଦୁରୁଣ୍ଡି ଖାଲକୁ ମାଛ ଧରିବାକୁ ପୋଖରୀ ଶୁଖାଇଥିଲେ । ଏହି ସମୟରେ ଏକ ବସ୍ତା ମୁହଁ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସେ ବସ୍ତା ମୁହଁ ଖୋଲିବାରୁ ସେଥିରୁ ମଣିଷ ଖପୁରୀ ଓ ହାଡ଼ ଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ସିଂଲା ପୋଲିସକୁ ଖବର ଦିଆଯାଇଥିଲା । ତେବେ କେହି ଦୁର୍ବୃତ୍ତ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଇଛି ।

Leave A Reply

Your email address will not be published.