ରେଳ ଲାଇନରୁ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ଷ୍ଟେସନ ଓ ଝଳଡ଼କୁଦା ରେଳ ଲାଇନ ମଧ୍ୟସ୍ଥଳ ରେଳ ଲାଇନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଗଞ୍ଜାମ ଥାନାକୁ ଅବଗତ କରାଇଥିଲେ । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ସେ କୌଣସି ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିବା କିମ୍ବା କେହି ହତ୍ୟା କରିବା ପରେ ସେଠାରେ ମୃତଦେହକୁ ଫିଙ୍ଗି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଖବର ପାଇଁ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଜିଆର୍‌ପିକୁ ଅବଗତ କରାଇଥିଲେ ।

Leave A Reply

Your email address will not be published.