ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ଅନ୍ତର୍ଗତ ୮ ନମ୍ୱରୱାଡ଼ କୋର୍ଟ ଷ୍ଟେସନ ସାହି କୋଠଘର ଭେଙ୍କଟ-ମହାଲକ୍ଷ୍ମୀ ନିଳୟମରେ ସବିତା ଆୟୁର୍ବେଦ ଆରୋଗ୍ୟ କୁଟୀର ରବିବାର ସନ୍ଧ୍ୟାରେ ଉଦଘାଟିତ ହେଇଯାଇଛି । ଯୁବ-ଜ୍ୟୋତିଷୀ ଦୀପକ କୁମାର ଦାଶ ଓ ବ୍ରହ୍ମପୁର ସହରର ସଫଳ ଆୟୁର୍ବେଦ ଡ଼ାକ୍ତର ସୁଧୀର କୁମାର ସାହୁଙ୍କ ମିଳିତ ଉଦ୍ୟମରେ ଜ୍ୟୋତିଷୀ ଦୀପକ କୁମାର ଦାଶଙ୍କ ମାତା ୰ସବିତା ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆୟୁର୍ବେଦ ଚିକିତ୍ସା ସେବା ଅନୁଷ୍ଠାନ ସବିତା ଆରୋଗ୍ୟ କୁଟୀର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା, ବଦ୍ରିକା ଆଶ୍ରମ ହିମାଳୟରୁ ଆସିଥିବା ତରୁଣ ସନ୍ୟାସୀ ସ୍ଵାମୀ ସନ୍ନୀଷ୍ଠାନନ୍ଦ ସରସ୍ୱତୀ, ଛତ୍ରପୁର ଓକିଲ ସଂଘର ସଭାପତି ଆଇନଜୀବୀ ପ୍ରଦୀପ ପାଢ଼ୀ, ପ୍ରେସ୍ କ୍ଲବର ସଭାପତି ରବୀନ୍ଦ୍ରନାଥ ପଣ୍ଡା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ ପରାମର୍ଶ ଦାତା ବି. ଶ୍ରୀନିବାସ, ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ଅନୁଷ୍ଠାନର ଡ଼ାକ୍ତର ସୁଧୀର କୁମାର ସାହୁ, ବେଦପାଠବିତ୍ ପଣ୍ଡିତ ସୁମନ ପଣ୍ଡା ଓ ମନୋରଞ୍ଜନ ଦାଶ, ସବିତା ଆରୋଗ୍ୟ କୁଟୀରର ମୁଖ୍ୟପୃଷ୍ଠପୋଷାକ ଜ୍ୟୋତିଷୀ ଦୀପକ କୁମାର ଦାଶଙ୍କ ପିତା ପ୍ରମୋଦ କୁମାର ଦାଶ, ଗୋବିନ୍ଦ ଚନ୍ଦ୍ର ଦାଶ, ଗୁପ୍ତ ପ୍ରସାଦ ପଣ୍ଡା, ମା’ ରାମଚଣ୍ଡୀ ଶକ୍ତିପୀଠର ସଂଯୋଜକ କମଳ ପଣ୍ଡା, ସହ ସଂଯୋଜକ ତୁଷାରକାନ୍ତ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାରଣା, ସରୋଜ ସାମଲ, ସନ୍ତୋଷ କୁମାର ସାହୁ, କେ.ସତ୍ୟ ନାରାୟଣ ରେଡ୍ଡୀ ଅଶୋକ ରଥ, ସମ୍ମାଜସେବୀ ଅଟ୍ଟଳ ବିହାରୀ ପଟ୍ଟନାୟକ, ପ୍ରଫୁଲ୍ଲ ମହାରଣା, ରାମଚଣ୍ଡୀ ପୂଜା କମିଟିର ସମସ୍ତ ସଦସ୍ୟ ଆଦି ବହୁ ମାନଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଅନୁଷ୍ଠାନ ବହୁ ସୁନ୍ଦର ଭାବେ ଉଦଘାଟିତ ହୋଇଥିଲା । ବିଧାୟକ ଅନୁଷ୍ଠାନ ନିମନ୍ତେ ବିଧାୟକ ପାଣ୍ଠିରୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସର୍ବ ସମ୍ମୁଖରେ ପ୍ରତିଶ୍ରୁତି ଦେବା ବେଳେ, ସନ୍ଥ ମହୋଦୟ ତାଙ୍କ ଗୋଶାଳା ପକ୍ଷରୁ ବିଭିନ୍ନ ସହଯୋଗର ହାତ ବଢାଇଲେ । ପରିଶେଷରେ କମଳ ପଣ୍ଡା ମହୋଦୟ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ସମାପନ ହେଲା । ଏହି ଅନୁଷ୍ଠାନର ପ୍ରତ୍ୟେକ ଶନିବାର ସନ୍ଧ୍ୟା ୬.୩୦ରୁ ରାତ୍ର ୮ ଘଟିକା ଆୟୁର୍ବେଦ ପଦ୍ଧତିରେ ସମସ୍ତ ରୋଗର ସଫଳ ଚିକିତ୍ସା କରିବା ବ୍ୟବସ୍ଥା କରାଯିବ ବୋଲି ଉଦ୍ୟକ୍ତାଗଣ ପ୍ରକାଶ କରିଛନ୍ତି, ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
