oom

ମା’ ରାମଚଣ୍ଡୀଙ୍କ ପୀଠରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବଡ଼ଶଙ୍ଖ ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଉପରେ ମା’ ରାମଚଣ୍ଡୀ ମନ୍ଦିର ବିଦ୍ୟମାନ । ମା’ ରାମଚଣ୍ଡୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ହୋଇ ନୂତନ ମନ୍ଦିର, ପ୍ରାସାଦ, ସୌନ୍ଦର୍ୟ୍ୟକରଣ ବୃଦ୍ଧି ପାଇଛି । ଯାହା ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି । ନୂତନ ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା ପରେ ଏବେ ଜିଲ୍ଲା, ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଲମ୍ବି ଆସିଛି । ପ୍ରତିଦିନ ମନ୍ଦିର ନିକଟରେ ଗହଳ ଚହଳ ଲାଗି ରହୁଛି । ମନ୍ଦିରର ଉନ୍ନୟନ ଦିଗରେ ଅଗ୍ରସର ହୋଇଆସିବା ସହ ଏହି ଅବସରରେ ମଙ୍ଗଳବାର ମଧ୍ୟାହ୍ନରେ ଏହାରି ପରିସରରେ ଏକ ମାର୍କେଟ କମ୍ପ୍ଲେକ୍ସର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ନବନିର୍ବାଚିତ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଦେବୀଙ୍କଠାରେ ଦୀପ ଜାଳି ଭକ୍ତି ଭାବନାରେ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ମନ୍ଦିର ଟ୍ରଷ୍ଟବୋର୍ଡ଼ ଅଧ୍ୟକ୍ଷ ବିନୋଦ କୁମାର ପାଢ଼ୀ, ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା, ସଂଯୋଜକ କମଲ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଏହି ଆନୁଷ୍ଠାନିକ ଉଦ୍‌ଘାଟନୀ ବେଳେ ଉପସ୍ଥିତ ଥିଲେ । ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଭକ୍ତି ଭାବନାରେ ଦୀପ ଜଳାଇ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ଏହି ଅବସରରେ ଆଜି ଦେବୀଙ୍କଠାରେ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ସଭିଏଁ ଖୁସିବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.