
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ବାବୁଙ୍କ ସ୍ମୃତିର ଲହରୀକୁ ରୂପନ୍ତରୀଣ କରିବା ଅର୍ଥେ ବ୍ରହ୍ମପୁରରୁ ବିମାନ ଉଡାଣ ସେବା ଏକ ନିଆରା ପଦକ୍ଷେପ ବୋଲି ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମିଳିଛି । ଗଞ୍ଜାମ ଜିଲ୍ଲାର ବୀରପୁତ୍ର ଘୁମୁସର ମାଟିରେ ଜନ୍ମଗ୍ରହଣ କରିଥିବା ଇଣ୍ଡୋନେସିଆର ଭୂମିପୁତ୍ର ତଥା କଳିଙ୍ଗର ବରପୁତ୍ର, ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ଯାହାଙ୍କ ପରିଚୟ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୋଲି ଆନ୍ତର୍ଜାତିୟସ୍ତରରେ ସୁନାମ ଆଣିଛନ୍ତି । ଆଜି ସେହି ମହାନ ଆତ୍ମାଙ୍କ ସ୍ମୃତିରେ ତାଙ୍କର ବିଜୟ ଗାଥା ସମଗ୍ର ଗଞ୍ଜାମ ଜିଲ୍ଲାରେ, ଓଡ଼ିଶାର ପୁର ପଲ୍ଲୀରେ ସମଗ୍ର ଭାରତ ବର୍ଷରେ ମହାକାଇ ଦେଉଛି । ତାଙ୍କରି ଜନ୍ମଦିବସରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱରକୁ ବିମାନ ଉଡାଣ ସେବା ଏବଂ ରାଜଧାନୀ ଭୁବନେଶ୍ୱରରେ ଡାକୋଟା ବିମାନକୁ ରୂପନ୍ତରୀଣ କରି ଭୁବନେଶ୍ୱର ବିମାନବନ୍ଦରରେ ବସାଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନିଆରା ଓ ଉଲ୍ଲେନୀୟ ଐତିହାସିକ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଗଣନା କରାଯାଇଛି । ପୁନଃଶ୍ଚ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରୀପରୁ ବିମାନସେବା ଆରମ୍ଭ ହୋଇଛି । ଯାହାକି ବ୍ରହ୍ମପୁର ବିମାନବନ୍ଦର ଭାବେ ଏକ ସ୍ୱାତନ୍ତ୍ର୍ୟତା ବଜାୟ ରଖିବା ପୂର୍ବକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରଠାରୁ ବ୍ରହ୍ମପୁରକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁର ବିମାନକୁ ସ୍ଵାଗତ କରିବା ପାଇଁ ରଙ୍ଗେଇଲୁଣ୍ଡା ବିମାନବନ୍ଦରଠାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ରାଜ୍ୟଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ଃ.ଶ୍ରାବଣା ବିବେକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଛନ୍ତି ।