ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଟଗାଁ ସରପଞ୍ଚ ତଥା ବିଜେଡି ଜିଲ୍ଲା ଉପସଭାନେତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ବବିତା ପୁଟେଲ । ତେବେ କରୋନା ମହାମାରୀ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବବିତା ଏବେ ଚର୍ଚ୍ଚାରେ ରହିଛନ୍ତି । କରୋନା କାଳରେ ଲୋକେ ଘରରୁ ପଦାକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଦେବଦୂତ ସାଜି ଅନେକ ଗରିବ ନିରୀହ ଲୋକଙ୍କ ପାଇଁ ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇ ସାରିଥିବା ବେଳେ ବିଜେଡି ଜିଲ୍ଲା ଉପସଭାନେତ୍ରୀ ଭାବରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ବବିତା । ସେ ଅନକେ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଲୋକଙ୍କ ପାଇଁ ସେବା ସହଯୋଗ ଯୋଗୁଁ ଅଞ୍ଚଳରେ ସୁନାମ ଅର୍ଜନ ମଧ୍ୟ କରିଛନ୍ତି । ତାଙ୍କର ଅନେକ ପରିଶ୍ରମ ଯୋଗୁଁ ସରପଞ୍ଚ ଭାବରେ ଆଟଗାଁ ପଞ୍ଚାୟତ ଠାରେ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କ ସହଯୋଗରେ ବିଭିନ୍ନ ସରକାରୀ ଯୋଜନା ଲୋକେ ପାଇପାରୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

jittmm
Leave A Reply

Your email address will not be published.