jayashree

ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲାଯିବା ସହ ଦକ୍ଷ ଟେକ୍‌ନିସିଆନ୍‌ ବ୍ୟବସ୍ଥା କରାଯିବା ଉଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶେଷ ଉତ୍ସାହପ୍ରଦ ବିଷୟ ଯେ, କରୋନାର ଦ୍ୱିତୀୟ ଲହରି ସମୟରେ ଅକ୍‌ସିଜେନ୍‌ ସଂକଟକୁ ଦୂର କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲା ଯାଉଛି । ବର୍ତ୍ତମାନ ସମୟ ନିମନ୍ତେ ଏହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ । କିନ୍ତୁ ଏଥିସହିତ ପ୍ରତ୍ୟେକ ଅକ୍‌ସିଜେନ୍‌ ବ୍ୟାଙ୍କ ପାଇଁ ଅକ୍‌ସିଜେନ୍‌ ପରିଚାଳନା ନିମନ୍ତେ ଉଚିତ୍‌ ଟେକ୍‌ନିସିଆନ୍‌ଙ୍କ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏହାଦ୍ୱାରା ରୋଗୀଙ୍କୁ ଉଚିତ ମାତ୍ରାରେ ଅକ୍‌ସିଜେନ୍‌ ଦିଆଯାଇ ସେମାନଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିବ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ମାତ୍ରାଧିକ ପରିମାଣରେ ଅକ୍‌ସିଜେନ୍‌ ଦିଆଯିବା ରୋଗୀ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ସେହିଭଳି ଆବଶ୍ୟକତା ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଅକ୍‌ସିଜେନ୍‌ ପ୍ରଦାନ କରାଗଲେ, ଶ୍ୱାସନଳୀ ଅକ୍ଷମ ହୋଇଯାଏ । ପୁଣି ଆକଶ୍ୟକତା ଠାରୁ କମ୍‌ ଅକ୍‌ସିଜେନ୍‌ ଦିଆଯିବା ଫଳରେ ରୋଗୀର ଜୀବନ ପ୍ରଦି ବିପଦ ସୃଷ୍ଟି ହୁଏ । ଏସବୁ ଦୃଷ୍ଟିରୁ ଦକ୍ଷ ଟେକ୍‌ନିସିଆନ୍‌ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଜରୁରୀ । ଏଥିପ୍ରତି ସମସ୍ତେ ଧ୍ୟାନ ଦେଲେ ଏଭଳି ମହାମାରୀ ସମୟରେ ବହୁମୂଲ୍ୟ ଜୀବନ ରକ୍ଷା କରିବା ଭଳି ପଦକ୍ଷେପ ସଫଳ ପ୍ରମାଣିତ ହୋଇପାରିବ ।

Leave A Reply

Your email address will not be published.