ବରଗଡ, (ନିରୋଜ କୁମାର ପାଣୀ) : ବିଜେପୁର ତଥା ବରଗଡ ଜିଲ୍ଲାର ଏକ ସୁନାମ ଧନ୍ୟ ଶିକ୍ଷାନୁଷ୍ଠାନ ରେଡ଼ିଏନ୍ସ୍ ଇନଷ୍ଟିଚ୍ୟୁଟର ଏକାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ “ୟୁଫୋରିଆ-୨୦୨୫” ସଭାପତି ତଥା ଚେୟାରମେନ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର ସ୍ଵାଗତ ଅଭିଭାଷଣ ସହିତ ଅନୁଷ୍ଠାନର ସୃଷ୍ଟି ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ କୃତିତ୍ୱ ଉପରେ କହି ସ୍ୱର୍ଗତଃ ଠାକୁର ଚରଣ ମେହେରଙ୍କୁ ଦେଇଥିବା ଗୁରୁ ମନ୍ତ୍ରକୁ ଦୋହରାଇ ଭାବ ବିହ୍ୱଳ ହୋଇପଡ଼ିଥିବା ବେଳେ ଚେୟାରମେନ ଶ୍ରୀ ମେହେର ନିଜ ମାତା, ଗୁରୁଜନ ଓ ସ୍ୱର୍ଗତଃ ପିତାଙ୍କ ଆଶୀର୍ବାଦ ସହ ସମସ୍ତ କର୍ମକର୍ତ୍ତା ଉଚିତ୍ କର୍ମ, ନିଷ୍ଠା ଓ ଏକତା ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପାଦନା କରୁଥିବାରୁ ସଫଳତା ହାସଲ ହେଉଛି ବୋଲି ମତ ରଖିଥିଲେ । ଏକାଦଶ ପ୍ରତିଷ୍ଠା ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତଃ ଠାକୁର ଚରଣ ମେହେରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯାହା ମୁଖ୍ୟ ଅତିଥି ପ୍ରଦୀପ ପୁରୋହିତ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ବରଗଡ଼ ପ୍ରଦୀପ ପୁରୋହିତ ମାତୃଶକ୍ତିଙ୍କ ସଶକ୍ତି କରଣକୁ ଭାବ ବିହ୍ୱଳ ହୋଇ ବକ୍ତବ୍ୟ ରଖିଥିବା ସହ ଛାତ୍ର ଜୀବନରେ ସଂଘର୍ଷ ଦ୍ଵାରା ହିଁ ଲକ୍ଷ୍ୟସ୍ଥଳକୁ ପହଞ୍ଚି ପାରିବେ ଓ ଅନୁଷ୍ଠାନର ସ୍ୱତନ୍ତ୍ରତା ରହିଛି । ଆଗକୁ ଆହୁରି ଲୋକାଭିମୁଖୀ ହେବ ଏବଂ ସ୍ୱର୍ଗତ ଠାକୁର ଚରଣ ମେହେର କେବଳ ଏହି ଅନୁଷ୍ଠାନ ନୁହେଁ ବିଜେପୁର ମହାବିଦ୍ୟାଳୟର ମାର୍ଗଦର୍ଶକ ତଥା କର୍ଣ୍ଣଧାର ଥିଲେ ବୋଲି ମତ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଅମୃତଧାରା ଫାଉଣ୍ଡେସନ ବିଜେପୁରର ଚେୟାରମେନ ଯଶୋବନ୍ତ ମେହେର ରେଡ଼ିଏନ୍ସର ପ୍ରକୃତି ଏବଂ ଛାତ୍ର ଜୀବନର ଲକ୍ଷ୍ୟ କିପରି ସାଧନ ହେବ ତାର ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ବୁଦ୍ଧଦେବ ମେହେର ମହାବିଦ୍ୟାଳୟର ପ୍ରାଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଗର୍ଭଧାରି ମାଆଠୁ ନେଇ ମାଟିମାଆ ଭାରତ ମାଆର ଉପରେ ଆଲୋଚନା କରି ସତ୍ୟ, ନିଷ୍ଠା ଓ ଉଚିତ୍ କର୍ମକୁ ନେଇ ଲକ୍ଷ୍ୟ ସାଧନ ହେବ ବୋଲି ଛାତ୍ରଛାତ୍ରୀ ତଥା ସମସ୍ତ ଦର୍ଶକମାନଙ୍କୁ ଉଦବୋଧନ ଦେଇ ବକ୍ତବ୍ୟ ରଖିଥିଲେ । ଏକାଡେମୀକ ଉପଦେଷ୍ଠା ପ୍ରଫେସର୍ ରବନ୍ତ କୁମାର ମେହେର ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳାକୁ ପ୍ରଶଂସା କରି ଜଣେ ସୁଯୋଗ୍ୟ ପୁତ୍ର କିପରି ବାପାଙ୍କ ସ୍ୱପ୍ନକୁ ସାକାର ତଥା ତାଙ୍କ ସମସ୍ତ କାର୍ଯ୍ୟକୁ କିପରି କାନ୍ଧେଇ ନେଇଛନ୍ତି ସେ ଉପରେ ଆଲୋଚନା କରି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କର ପୂର୍ବ ପରୀକ୍ଷା ଫଳାଫଳ ଉପରେ ବକ୍ତବ୍ୟ ରଖି ଅଧ୍ୟକ୍ଷ ଓ ଚେୟାରମେନଙ୍କ ନେତୃତ୍ୱବକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଏଡମିନିଷ୍ଟେଟିବ ଡାଇରେକ୍ଟର ନେତ୍ରାମଣୀ ମେହେର, ରେଡ଼ିଏନ୍ସ୍ ପରିଚାଳନା କମିଟିର ସଭାପତି ଶ୍ରୀମତୀ କସ୍ତୁରୀ ମେହେର ଓ ଉପଦେଷ୍ଟା ଶ୍ରୀମତୀ ରାଜେଶ୍ୱରୀ ମେହେର, ଦେବବ୍ରତ ମେହେର, ରମେଶ ମେହେରଙ୍କ ସହ ସମସ୍ତ ସଦସ୍ୟ, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ସଞ୍ଜୟ ପଧାନ, ସୁରେନ୍ଦ୍ର ସେଠ୍, ଆଲୋକ ପୋଢ଼, ଅଧ୍ୟାପିକା ସୁପ୍ରିୟା ମେହେର, ରିତା ପଧାନ, ହେଲିସା ବେହେରା, ଆୟୁଷା ପ୍ରଧାନ, ଶିକ୍ଷକ ଜୟନ୍ତ ସାହୁ, ଧର୍ମରାଜ ସାହା, ଲାଲବାବୁ ବରିହା, ମୃଣାଳ ମେହେର, ଈଶ୍ୱର ମେହେର, ଶିକ୍ଷୟିତ୍ରୀ ମମତା ମେହେର, ଭାରତୀ ଗଡତିଆ, ସ୍ୱାଗତିକା ପଣ୍ଡା, ମମତା ବାରିକ, କରୁଣା ପଣ୍ଡା, ବର୍ଷା ଆଗମନି ସାହୁ, ସନ୍ତୋଷ ବାରିକ, ରୋହିତ ଭୋଇ, ଉପେନ୍ଦ୍ର ବେହେରା, କିଶୋର ମାହାନା ଓ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ମଣ୍ଡଳୀ, ସାମ୍ବାଦିକ ବନ୍ଧୁ ଓ ବିଜେପୁର ଅଞ୍ଚଳର ଅନେକ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ଥିଲେ । ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କଲେଜ ଉପାଧ୍ୟକ୍ଷ ସଞ୍ଜୟ ବାରିକ ଚମତ୍କାର ଭାବେ ମଞ୍ଚ ପରିଚାଳନା ମଞ୍ଚ କରିଥିଲେ । ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା-୨୦୨୫ରେ ରେଡ଼ିଏନ୍ସ୍ ମହାବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ପ୍ରତୀକ୍ଷା ପଧାନଙ୍କୁ ସ୍ୱର୍ଗତଃ ଠାକୁର ଚରଣ ମେହେର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ସର୍ବାଧିକ ମାର୍କ ବୃଦ୍ଧି କରିଥିବା ଛାତ୍ରୀ ମନିଷା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତଦନୁପରେ ରେଡ଼ିଏନ୍ସ୍ ପରିଚାଳନା କମିଟି ଦ୍ୱବାରା ଶ୍ରେଷ୍ଠ କର୍ତ୍ତବ୍ୟ ନିଷ୍ଠା ଭାବେ ରେଡ଼ିଏନ୍ସ୍ ଅନୁଷ୍ଠାନ ତରଫରୁ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ଓ ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡାଙ୍କୁ ରେଡ଼ିଏନ୍ସ ପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଶ୍ରୀମତୀ ମୁକ୍ତା ଗଡତିଆ ଓ ପବିତ୍ର ବାଗଙ୍କୁ ରେଡ଼ିଏନ୍ସ କର୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୫-୨୬ ଶିକ୍ଷାବର୍ଷ ର ସର୍ବଗୁଣା ସଂପନ୍ନ ଛାତ୍ରୀ ରୂପେ ବିନ୍ଦିଆ ମେହେର, ଶ୍ରେଷ୍ଠ ସ୍ଵୟଂ ସେବକ ଛାତ୍ର ଅମନ ମେହେରଓ ରକ୍ତିମା ସାହୁ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଅଧ୍ୟାପକ ଡିଙ୍ଗିର ବାଗ, ଅଧ୍ୟାପିକା କୁମୋଦିନି ବାରିକ, ଶିକ୍ଷୟିତ୍ରୀ ମମତା ମେହେର, ଆଶିଷ କୁମ୍ଭାର, ସହ ନୃତ୍ୟ ଗୁରୁ ଶିବ ଶଙ୍କର ମେହେର, ପ୍ରତିମା ସେଠଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସମ୍ବଲପୁରୀ, ରସରକେଲି, ମହୁଲ ଝରେ, ଓଡ଼ିଶୀ ନୃତ୍ୟ ଅତି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଥିଲା ଓ ଶେଷରେ ଇଂରାଜୀ ଅଧ୍ୟାପକ ଡିଙ୍ଗର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚର ପ୍ରଥମ ନୃତ୍ୟ ବାରମାସେ ତେରପର୍ବ ବାସ୍ତବିକ ଅତି ରମଣୀୟ ଥିଲା । ଉପାଧ୍ୟକ୍ଷ ଶ୍ରୀ ବାରିକ ବାର୍ଷିକ ଉତ୍ସବର ଦ୍ଵିତୀୟ ଦିବସରେ ଆହୁରି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବ ବୋଲି ସୂଚନା ଦେଇଥିଲେ ।