ବଲାଙ୍ଗିର, (କେପିଏନ୍ଏସ୍) : ଗତ ୩୧ ତାରିଖ ବଚପନ୍ ଏ ପ୍ଲେ ସ୍କୁଲ ଏବଂ ଏକାଡେମୀକ ହାଇଟ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ଲାଇଟ୍ସ ଅଫ୍ ହୋପ୍” ବିଷ୍ଣୁମୁଣ୍ଡା ସ୍ଥିତ ବଚପନ୍ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ରୂପେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟର ଡା ଆରତୀ ପଣ୍ଡା ଏବଂ ଓଟିଭି ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ମନୋରଞ୍ଜନ ଯୋଶୀ ଯୋଗଦାନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ ନିର୍ଦ୍ଦେଶକ ଅଜିତ ଶତପଥୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ମିଶ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷୟିତ୍ରୀ ପ୍ରୀତି ବାଳି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ବିଦ୍ୟାଳୟର ଦଶମ ଶ୍ରେଣୀ ଟପର ଅର୍ଣ୍ଣବ୍ ଖମାରୀଙ୍କୁ ତଥା ମିସ୍ ବଚପନ୍ ସାଇ ଶରନ୍ୟା ପଟ୍ଟନାୟକ, ମାଷ୍ଟର ବଚପନ୍ ଆହିଲ ଖାନ୍ ,ମିସ୍ ଏଏଚ୍ ପିଏସ୍ ଶ୍ୱାତୀ ନାଏକ, ମାଷ୍ଟର ଏଏଚ୍ ପିଏସ୍ ଯୁନୁରେନ୍ ହୁସେନ୍ ଆଲିଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଞ୍ଜିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ବହୁ ପରିମାଣରେ ଅଭିଭାବକମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।