ଗଞ୍ଜେଇ ଗାଡ଼ିକୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ତୁଷୁରା ଅବକାରୀ ବିଭାଗ

ବଲାଙ୍ଗିର,(କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରାର ଜଗନ୍ନାଥପଡାରୁ ଧାରୁଆପଡା ପର୍ଯ୍ୟନ୍ତ ଗଞ୍ଜେଇ ଗାଡିକୁ ଗୋଡ଼େଇ ଗୋଡ଼େଇ ଧରିଲା ଅବକାରୀ ବିଭାଗ । ସୂଚନା ଅନୁସାରେ ତୁଷୁରା ଅଞ୍ଚଳରେ ନୀତିଦିନ ଯାଉଛି କୁଣ୍ଟାଲ କୁଣ୍ଟାଲ ଗଞ୍ଜେଇ, ହେଲେ କିଛି ଧରିବାରେ ସଫଳ ହେଉଛି ଅବକାରୀ ବିଭାଗ ତ କେତେ ଫେରାର ହେବାରେ ସଫଳ ହେଉଛନ୍ତି ଗଞ୍ଜେଇ ଚାଲାଣକାରୀ । ଗତକାଲି ରାତିରେ ଏକ ଲାଲ ରଙ୍ଗର ଓଡ଼ି ୧୫ଜେ ୮୮୪୯ ଇକୋ ଗାଡ଼ିରେ ଗଞ୍ଜେଇ ଆସୁଥିବାର ଖବର ପାଇବା ପରେ ତୁଷୁରା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂର୍ବରୁ ଛକି ରହିଥିଲା ଅବକାରୀ ବିଭାଗ । ଯାଞ୍ଚ କରିବା ପାଇଁ ଗାଡିକୁ ଅଟକାଉ ଥିବାରୁ ଫେରାର ହେବା ଉଦ୍ୟମ କରିଥିଲେ ଗଞ୍ଜେଇ ଚଲାଣକାରୀ । ହେଲେ ଅବକାରୀ ବିଭାଗ ପୁରା ଫିଲ୍ମ ଷ୍ଟାଇଲରେ ରୋଡ ଉପରେ ଧରିଥିଲା । ତେବେ ଚଢ଼ାଉ ସ୍ଥାନରେ ଅଧିକ ଲୋକଙ୍କ ଭିଡ଼ ଜମା ହେବାରୁ ଗାଡ଼ିଟିକୁ ତୁଷୁରା ଅବକାରୀ ଥାନାକୁ ନେଇଥିବା ଜଣାପଡିଛି । ତେବେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଗାଡ଼ିଟି ଗୁଡଭେଲା ପଟରୁ ତୁଷୁରା ଥାନା ଦେଇ ଦେଓଗାଁ ପଟକୁ ଆସୁଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । କେତେ କେଜି ଗଞ୍ଜେଇ ଜବତ ହୋଇଛି, କେଉଁଠୁ ଆସୁଥିଲା ? କିଏ ଆଣୁ ଥିଲା ତାହା ବତ୍‌ର୍ତ୍ତମାନ ପର୍ଯ୍ୟନ୍ତ ଅବକାରୀ ବିଭାଗ ସୂଚନା ଦେଇନାହିଁ ।

jittmm
Leave A Reply

Your email address will not be published.