oom

ମାଁ ବନଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

jsmm
  • ଜୁରାବନ୍ଦ ଦଳ ଚମ୍ପିୟାନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ମହଖଣ୍ଡରେ ଆୟୋଜିତ ମାଁ ବନଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍‌ଯାପନୀ ହୋଇଯାଇଛି । ଫାଇନାଲ୍ ମ୍ୟାଚରେ ଜୁରାବନ୍ଦ ଓ ବଡ଼ମୁଲା ଅଂଶଗ୍ରହଣ କରିଥିଲେ ପ୍ରଥମେ ବଡମୁଲା ଦଳ ୮ ୱିକେଟ ବିନିମୟରେ ୧୧୯ ରନ ସଂଗ୍ରହ କରିଥିଲେ ତାର ବିପକ୍ଷରେ ଜୁରାବନ୍ଦ ଦଳ ୯ ୱିକେଟ ବିନିମୟରେ ୧୨୦ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲେ । ମୁଖ୍ୟ ଅତିଥିଭାବରେ ପୂର୍ବତନ ଜିଲ୍ଲା ପରିଷଦ ତଥା ପୂର୍ବତନ ଏସ୍‌ଡିସିର ବଲାଙ୍ଗିର ଜିଲ୍ଲା ଉପାଧ୍ୟକ୍ଷା ଶ୍ରୀମତୀ ନିରୂପମା ମାଝୀ, ସମ୍ମାନିତ ଅତିଥି ତୁଳସୀ ରାମ ଜଗତ, ସମାଜ ସେବୀକା ପିଙ୍କି ଖରସେଲ, ମହାଖନଡ଼ ସରପଞ୍ଚ ଗୋଜା କୁମ୍ଭାର ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତନ୍ମଧ୍ୟରେ ସୁନୀଲ କୁମାର ରାଉତ, ମହଖଣ୍ଡ ସ୍କୁଲ ପ୍ରଧାନ ଶିକ୍ଷକ ମହେନ୍ଦ୍ର ବାରିକ, ସପନେଶ୍ୱର ବାରିକ, ସୁଧାଂଶୁ ବେହେରା, ବସନ୍ତ ବାରିକ, ନିକେଶ ବେହେରା, ଅନ୍ତ ପୁଟେଲ, ପୃର୍ଥୀ ପଣ୍ଡା , ଖେଳ ପରିଚାଳକ ଭାବରେ ଅନୀଲ ରାଉତ, ଚମ୍ପେଶ୍ୱର ନାୟକ ଖେଳ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.