ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସିକୁ ହରାଇ କୁରୁଲ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲିର ମିଳିତ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆଇନଜୀବୀ ତଥା କଂଗ୍ରେସ ଏସ୍‌ସି ସେଲ୍‌ ରାଜ୍ୟ ସାଧାରଣ ସଂପାଦକ ଡ. ଅର୍ଜୁନ ମୁଗ୍ରୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୁହେଲ ଗଉଁନ୍ତିଆ ଗୋକୁଳ କୁଅଁର, ନବୀନ ବେହେରା, କନ୍ଦର୍ପ ରାଏ, ଗୌରୀ ଶଙ୍କର ଖମାରୀ ଏବଂ ଆଇନଜୀବୀ ତୁଳସିରାମ ଜାଲ ମଂଚାସିନ ଥିଲେ । ବଡ ଫପସିକୁ ୧-୦ ଗୋଲରେ ହରାଇ କୁରୁଲ ଦଳ ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି । ଖେଳକୁ ବେଣୁପାଣି ବାଘ, ରାଧାକାନ୍ତ ବାଘ ଓ ବିମ୍ବାଧର ନାଗ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ତେଜରାଜ ନନ୍ଦ, ହଳଧର ନାଗ, ଅଚ୍ୟୁତ ବେହେରା, ସୁଦାମ ଚରଣ ମେର୍ଲି ଏବଂ କମିଟି ସଦସ୍ୟବୃନ୍ଦ । ସଭାକୁ ପରିଚାଳନା କରିଥିଲେ ସାନନ୍ଦ ସାହୁ ।

Leave A Reply

Your email address will not be published.