
- ସେମିରେ ସିସିଏଫ୍ଏ, କେସି ୟୁନାଇଟେଡ, ସୁଜିଆ ଓ ସ୍ପୋଟ୍ସ ହଷ୍ଟେଲ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୪ ଗୋଟି ପଡିଆରେ କ୍ୱାଟର ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ସିସିଏଫ୍ଏ ବନାମ ନକଟାସର ଖେଳ ୩-୩ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ସଡନ ଡେଥ୍ରେ ସିସିଏଫ୍ଏ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନିତ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି ଶୁଭ୍ରାଂଶୁ ଶେଖର ଅମାତ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ୟ୍ୟ, ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଲୋଇସିଂହା ବିଧାୟକ ରମାକାନ୍ତ ସେଠ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ଡା. ସିର୍ଦ୍ଦେଶ୍ୱର ମିଶ୍ର ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଜରାସିଂହା ମିନି ଷ୍ଟଡିୟମଠାରେ କେସି ୟୁନାଇଟେଡ୍ ଜୁରାବନ୍ଧ ୫-୦ ଗୋଲରେ ମହିପୁରକୁ ହରାଇ ସେମିଫାଇନାଲକୁ ଉନ୍ନିତ ହେଲା । ଅତିଥି ଭାବେ ବଲାଙ୍ଗିର ବିଡିସିସି ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଓ କ୍ରୀଡା ସଂସଦ ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତି ଯୋଗ ଦେଇଥିଲେ ଖେଳକୁ ଜଳନ୍ଧର ସାହୁ, ଡୋଳାମଣି ବଗର୍ତ୍ତି, ସତ୍ୟ ଦଣ୍ଡସେନା ଓ କୁନ୍ତେ ମେହେର ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଏସ୍ୱାଇଏସ୍ ସୁଜିଆ ୩-୧ ଗୋଲରେ ଲୋଇସିଂହା ଏଏ କୁ ହରାଇ ସେମିଫାଇନାଲକୁ ଉନ୍ନିତ ହେଲା । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଓ ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ଖେଳକୁୁ ସଂଜିବ ମହାରଣା, ଲବ ସୁନାନି, ସୁଦର୍ଶନ ସେଠ, ଉମେଶ ଭୋଇ ଓ ନିସାରକାନ୍ତ ନାଗ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ୩-୦ ଗୋଲରେ କୋଷ୍ଟାଲ ୧୧ କଣ୍ଟାବାଞ୍ଜିକୁ ହରାଇ ସେମିଫାଇନାଲକୁ ଉନ୍ନିତ ହେଲା । ଅତିଥି ଭାବେ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ୟଚାନ୍ଦ, କାର୍ଯ୍ୟକାରୀ ସଦସ୍ୟ ପ୍ରଭାତ କୁମାର ମିଶ୍ର ଓ ବିଜୟ କୁମାର ବନସଲ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଓ ପୂର୍ବତନ ଖେଳାଳି ଲୋକନାଥ କୁମୁରା ଯୋଗ ଦେଇଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ଦୋଳ ଗୋବିନ୍ଦ ମୁଣ୍ଡା, ବିକି ବିଶି, ପୁରୁଷୋତ୍ତମ ବୁଡେକ, ରାଜେନ୍ଦ୍ର ସେଠ ଓ ବୌକୁଣ୍ଠ ଜେନା ପରିଚାଳନା କରିଥିଲେ । ଗାନ୍ଧୀ ଷ୍ଟାଡିୟମ ଠାରେ ୮ ତାରିଖ ସିସିଏଫ୍ଏ ବନାମ କେସି ୟୁନାଇଟେଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ । ସେହିପରି ଗାନ୍ଧୀ ଷ୍ଟାଡିୟମଠାରେ ୮ ତାରିଖ ଦିବା ଘ.୧୨ ସମୟରେ ସିହିନି ଏଫ୍ସି ମହିଳା ବନାମ ସାଉନ୍ତପୁର ଏଫ୍ସି ମହିଳା ଓ ଦିବା ଘ.୧.୩୦ ମି. ସମୟରେ ମୁରିବାହାଲ ଏଫ୍ସି ମହିଳା ବନାମ ପାଟଣେଶ୍ୱରୀ ଡବ୍ଲୁଏଫ୍ଏ ମହିଳା ଦଳ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।