oom

ଘୁଷୁରାମୁଣ୍ଡାରେ ୧୩ତମ ତୃତୀୟ ଦିବସୀୟ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଖେଳ ପଡ଼ିଆଠାରେ ନେହେରୁ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ତୃତୀୟ ଦିବସୀୟ ମାଁ ବାରଖୁଲେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା ‘ବିଶ୍ଵବାଣୀ’ ଖବର କାଗଜର ମୁରିବାହାଲ ବ୍ଲକ ପ୍ରତିନିଧି ଗିରିଧାରୀ ସାହୁ, ସମ୍ମାନିତ ଅତିଥି ଭାବେ କ୍ରୀଡାବିତ୍ ନରେଶ ସାହୁ, ଯୁବ ସମାଜସେବୀ ଦିଲୀପ ମାଝୀ, କୃତ୍ତିବାସ ଭୋଇ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ଦିନ ପ୍ରଥମ ରାଉଣ୍ଡ ମ୍ୟାଚରେ ରାଇଜିଂ ଷ୍ଟାର ଖଗସା ଦଳକୁ ପରାସ୍ତ କରି ଜୟ ହନୁମାନ କ୍ରିକେଟ କ୍ଲବ ଘଣ୍ଟବାହାଲ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ରାଉଣ୍ଡ ଖେଳରେ ଘୁଷୁରାମୁଣ୍ଡା(ବି) ଦଳକୁ ହରାଇ ଧାମନଡଙ୍ଗା ଦଳ ବିଜୟୀ ହୋଇଥିଲା । ତୃତୀୟ ରାଉଣ୍ଡ ସେମି ଫାଇନାଲ ମ୍ୟାଚ ଧାମନଡଙ୍ଗା ଓ ଘଣ୍ଟବାହାଲ ଜୟ ହନୁମାନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜୟ ହନୁମାନ କ୍ରିକେଟ କ୍ଲବ ଘଣ୍ଟବାହାଲ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆୟୋଜକ କମିଟିର ସଭାପତି ଧୁବଲେଶ୍ୱର ମହାନନ୍ଦ, ସମ୍ପାଦକ ହେମସାଗର ପ୍ରଧାନୀ, ଟିମ ମ୍ୟାନେଜର ଚଞ୍ଚଳ ବାଗ, ସଭ୍ୟ ଶିବା ସାହୁ, ରାକେଶ ପୃଷ୍ଟି, ଶ୍ରଦ୍ଧାକର ବାଗ, ଦୁଲମଣି ଗହିର, ସୁଶିଲ ବାଗ, ମଣ୍ଟୁ ଯାନୀ, କାନ୍ଥ କହଁର, ନୃପରାଜ ମେହେର, ମନୋଜ ବାଗ, ସୁଦାମ କହଁରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ଖେଳ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.