centurian jitm

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ ) : ୨୮/୦୪/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନର ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ରେଡକୁ ୮ ଉଇକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ରେଡ ୧୮. ୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୮ ରନ ସଂଗ୍ରହ କରିପାରଥିଲେ । ଦଳ ପକ୍ଷରୁ ଅବାସ ସୁଲତାନିଆ ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୪ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ରାଇରଙ୍ଗପୁର କ୍ଲବ ୧୬.୩ ଓଭରରେ ୬୨ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ସୁରାଇ ହେମ୍ବ୍ରମ ୩୩ ରନ କରିଥିଲେ । ପ୍ରିୟଙ୍କ ପଟ୍ଟନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ । ପୂର୍ବତନ କ୍ରିକେଟ ଖେଳାଳି ଯୋଗେଶ୍ୱର ପାଲବାବୁ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ରାଇରଙ୍ଗପୁର ଓ ମୟୁରଭଞ୍ଜ ଗ୍ରୀନ ମଧ୍ୟରେ ଅନୁଷ୍ଠିତ ହେବ । ୬ଷ୍ଠ ଦିନ ଖେଳ ବର୍ଷା ପାଇଁ ବାତିଲ କରାଯାଇଥିବାରୁ ବି ସି ଏ ଓ ମୟୁରଭଞ୍ଜ ଗ୍ରୀନ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା ।

Leave A Reply

Your email address will not be published.