ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲୁଥିବା ବଲାଙ୍ଗିର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍ଟି ଏଏଫ୍ସିସି ଓ ଆବ୍ରାହମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଆଶିଷ କୁମାର ଭୋଇ ସର୍ବାଧିକ ୫୪ ରନ୍ ଓ ଯଶୋବନ୍ତ ସିଂ ୪୫ ରନ୍ ସଂଗ୍ରହ କରିଥିଲେ । ଆବ୍ରାହମ ଦଳ ତରଫରୁ ସଫଳ ବୋଲର ଭାବରେ ସିଦ୍ଧାର୍ଥ ବାରିକ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଆବ୍ରାହମ ଦଳ ୧୯.୩ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ୧୭୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆବ୍ରାହମ ଦଳ ତରଫରୁ ଆୟୁଷ କୁମାର ସାହୁ ଅପରାଜିତ ୭୨ ରନ୍ , କିଶନ ନାଏକ ୩୪ ରନ୍ ଓ ସିଦ୍ଧାର୍ଥ ବାରିକ ୨୭ ରନ୍ ସଂଗ୍ରହ କରିଥିଲେ । ଏଏଫ୍ସିସି ଦଳର ରିକି ପଟିଙ୍ଗ ଓ ରଂଜନ ବାରିକ ପ୍ରତ୍ୟେକ ଗୋଟିଏ ଲେଖା ୱିକେଟ ନେଇଥିଲେ । ସିଦ୍ଧାର୍ଥ ବାରିକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ୍ଟି ସ୍ୱରାଜ ଓ ସାନଭି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୬ ଓଭରରେ ୯ ୱିକେଟ ବିନିମୟରେ ୧୦୭ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଶୈଳେସ ପଟ୍ଟନାୟକ ସର୍ବାଧିକ ୩୪ ରନ୍, ପୁରୁଷୋତ୍ତମ ପ୍ରଧାନ ୨୦ ରନ୍ ସଂଗ୍ରହ କରିଥିଲେ । ସଫଳ ବୋଲର ଭାବରେ ସାନଭି ଦଳର ସତ୍ୟନାରାୟଣ ଜେନା ୨ ଗୋଟି ୱିକେଟ, ଅନୁରାଗ ପ୍ରଧାନ, ବିଶ୍ୱ ରଂଜନ ସିଂ, ସୌଭାଗ୍ୟ ମେହେର ଓ ରିଙ୍କୁ ନାଏକ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବ୍ରେ ସାନଭି ଦଳ ୧୬ ଓଭରରେ ୫ ୱିକେଟ ବିନିମୟରେ ୧୦୦ ରନ୍ ସଂଗ୍ରହ କରିଥିଲେ । ଫଳରେ ଏହି ମ୍ୟାଚ୍କୁ ସ୍ୱରାଜ ଦଳ ୭ ରନ୍ରେ ବିଜୟୀ ହୋଇଥିଲେ । ସ୍ୱରାଜ ଦଳ ପକ୍ଷରୁ ସଫଳ ବୋଲର ଭାବରେ ଧର୍ମେନ୍ଦ୍ର ମିଶ୍ର ଓ ଆୟୁଷ୍ମାନ ଦାଶ ଉଭୟେ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସ୍ୱରାଜ ଦଳର ଧର୍ମେନ୍ଦ୍ର ମିଶ୍ରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବରେ ଖେଳପ୍ରେମୀ ତଥା ସମାଜସେବୀ ଅର୍ଜୁନ ମୁଗ୍ରୀ ଓ ସମ୍ମାନିତ ଅତିଥି ଭାବରେ ଦେବଦତ୍ତ ପାଣିଗ୍ରାହୀ ଯୋଗଦାନ କରି ଖେଳାଳି ତଥା ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ମୁକେଶ ସ୍ୱାଇଁ, ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚ୍ଟି କ୍ରିକେଟ କାଲସନ ଓ କ୍ରିଚ ହିରୋ ୟୁଟ୍ୟୁବ୍ରେ ପ୍ରସାରଣ ହୋଇଥିଲା ।