jayashree

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଭି ଓ ଏଏଫ୍‌ସିସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ସାନଭି ଓ ଆବ୍ରାହମ ଦଳ ମଧ୍ୟରେ ହୋଇଥିଲା । ଆବ୍ରାହମ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୪ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଗୌରବ ଦେବ କୁମ୍ଭାର ସର୍ବାଧିକ ୩୫ ରନ୍‌ ଓ କିଶନ ନାଏକ ୨୮ ରନ୍‌ ସଂଗ୍ରହ କରିଥିଲେ । ସାନଭି ଦଳର ସଫଳ ବୋଲର ଭାବରେ ବିଶ୍ୱ ରଂଜନ ସିଂହ ସର୍ବାଧିକ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୬୫ ରନ୍‌ର ଲକ୍ଷ୍ୟକୁ ପିଛା କରି ସାନଭି ଦଳ ୧୮ ଓଭରରେ ୪ ୱିକେଟ ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ସାନଭି ଦଳ ତରଫରୁ ସୌରବ ସାହୁ ସର୍ବାଧିକ ୮୧ ରନ୍‌ ଓ ବିଶ୍ୱ ରଂଜନ ସିଂହ ୪୪ ରନ୍‌ ସଂଗ୍ରହ କରିଥିଲେ । ଆବ୍ରାହମ ଦଳ ତରଫରୁ ସତ୍ୟଜିତ ସିଂଦେଓ ୨ ୱିକେଟ ଅକ୍ତିଆର କରିଥିଲେ । ସାନଭି ଦଳର ବିଶ୍ୱ ରଂଜନ ସିଂଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ଟି ତୁଷାର ରୟାଲ ଓ ଏଏଫ୍‌ସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୯ ୱିକେଟ ବିନିମୟରେ ୧୨୯ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମାନସ ରଂଜନ ମିଶ୍ର ସର୍ବାଧିକ ୪୫ ରନ୍‌ ଓ ରାଜେଶ ରୋଶନ ସିକା ୩୬ ରନ୍‌ ସଂଗ୍ରହ କରିଥିଲେ । ଏଏଫ୍‌ସିସି ଦଳ ତରଫରୁ ସଫଳ ବୋଲର ଭାବରେ ଅମରଦୀପ ସୁନା ୩ ଗୋଟି, ରିକି ପଟିଙ୍ଗ ଓ ଆଶିଷ ଭୋଇ ପ୍ରତ୍ୟେକେ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୩୦ ରନ୍‌ର ଲକ୍ଷକୁ ଏଏଫ୍‌ସିସି ଦଳ ୧୬.୩ ଓଭରରେ ୬ ୱିକେଟ ବିନିମୟରେ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏଏଫ୍‌ସିସି ଦଳ ତରଫରୁ ବାଦଲ ଖମାରୀ ୩୨ ରନ୍‌, ରିକି ପଟିଙ୍ଗ ଅପରାଜିତ ୨୭ ରନ୍‌ ସଂଗ୍ରହ କରିଥିଲେ । ତୁଷାର ଦଳ ତରଫରୁ ବିଜ୍ଞାନ ମିଶ୍ର ଓ ରାଜେଶ ରଂଜନ ସିକା ପ୍ରତ୍ୟେକେ ୨ ଗୋଟି ୱିକେଟ ଲେଖାଏଁ ଅକ୍ତିଆର କରିଥିଲେ । ଏଏଫ୍‌ସିସି ଦଳର ରିକି ପଟିଙ୍ଗଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ କ୍ରିକେଟ ଖେଳାଳି ସନ୍ତୋଷ ଆନନ୍ଦ ମିଶ୍ର(ସନ୍ତୁ) ଯୋଗଦାନ କରି ଖେଳାଳି ତଥା ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ସ୍ମିତ ଦଲାଇ, ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚ୍‌ଟି କ୍ରିକେଟ କାଲସନ ଓ କ୍ରିଚ ହିରୋ ୟୁଟ୍ୟୁବ୍‌ରେ ପ୍ରସାରଣ ହେଉଥିଲା । ଏହାକୁ ଯାଜପୁରର ସୁରଜ ପରିଚାଳନା କରିଥିଲେ ।

Leave A Reply

Your email address will not be published.