ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କବିଚନ୍ଦ୍ରପୁର ବିଜୟ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କବିଚନ୍ଦ୍ରପୁର ଠାରେ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ତୃତୀୟ ଦିନରେ ତିନିଗୋଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ନର୍ସିଙ୍ଗପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ବିନିମୟରେ ୮୫ ରନ୍‌ କରିଥିବା ବେଳେ ଅନ୍ତର୍ଲା ଦଳ ୧୦ ଓଭରରେ ୮ ୱିକେଟ ହରାଇ ୭୭ ରନ୍‌ କରିଥିଲେ । ଫଳରେ ନର୍ସିଙ୍ଗପୁର ଦଳ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଗଏନଦାମୁଣ୍ଡା ପ୍ରଥମେ ବେଟିଙ୍ଗ କରି ୧୦ ଓଭରରେ ୭ ୱିକେଟ ହରାଇ ୮୩ ରନ୍‌ କରିଥିଲେ । ବିପକ୍ଷରେ କବିଚନ୍ଦ୍ରପୁର ଦଳ ୭ ଓଭରରେ ୫ ୱିକେଟ ହରାଇ ୮୫ ରନ୍‌ କରି ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍‌ରେ ଉଭୟ ବିଜୟୀ ଦଳ ମଧ୍ୟରେ ପ୍ରଥମେ ନର୍ସିଙ୍ଗପୁର ବେଟିଙ୍ଗ କରି ୧୦ ଓଭରରେ ୮୮ ରନ୍‌ କରିଥିବା ବେଳେ ବିପକ୍ଷରେ କବିଚନ୍ଦ୍ରପୁର ଦଳ ୭.୩ ବଲ୍‌ରେ ୩ ୱିକେଟ ହରାଇ ୮୯ ରନ୍‌ କରି ବିଜୟ ଲାଭ କରିଥିଲେ । ମ୍ୟାନ ଅଫ ଦି ମେଚ୍‌ ୨୫ ବଲରେ ୬୭ ରନ ପାଇଁ ଡୋଲାମଣି ବିଶି ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚ୍‌କୁ ଡେଭିଡ ରଣା ଓ ମନୋଜ ରଣା ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ଶେଷଦେବ ଜାଲ ଓ ଧାରା ବିବାରଣୀ ପ୍ରଦାନ କରିଥିଲେ ମାଧବ ମାଝୀ । ଏଥିରେ କମିଟି ସଭାପତି ତେଜରାଜ ରଣା, ସମ୍ପାଦକ ବିକାଶ ରଣା, ବବୁଲୁ ବିଶି, ରାଜେଶ ପାତ୍ର ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.