ମୋହନଗିରି ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ନୟାଗଡ଼ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିତି ବଲାଙ୍ଗିର (ଏ) ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟରେ ୩୨୪ ରନ୍‌ କରିଥିଲେ । ବିପକ୍ଷରେ ନୟାଗଡ ୧୮.୩ ବଲରେ ୪ ୱିକେଟ ହରାଇ ୩୨୫ ରନ୍‌ କରି ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇଥିଲା । ମୁକେଶ ପଧାନ ୨୯୮ ରନ୍‌ ଓ ୪ ୱିକେଟ ପାଇଁ ଟୁର୍ଣ୍ଣାମେଣ୍ଟ ଶ୍ରେଷ୍ଠ ଖେଳାଳି ଓ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ରାଜକୁମାର ଆଚାର୍ଯ୍ୟ ଓ ଉଭୟ ଦଳଙ୍କୁ ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଅତିଥିମାନେ । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଙ୍ଗଦେଓ, ମୁଖ୍ୟ ବକ୍ତା ରୂପେ କଣ୍ଟାମାଲ ବିଧାୟକ ମହିନ୍ଦ୍ର ରଣା, ସମ୍ମାନିତ ଅତିଥି ରୂପେ ନନ୍ଦାହାଣ୍ଡି କ୍ଷୀରୋଦ୍ର ଚନ୍ଦ୍ର ସାହୁ, ଓଏଫଏସ ନୀଳମାଧବ ପାତ୍ର, ନୟାଗଡ଼ ପୋଲିସ ବୈଦ୍ୟ ନାରାୟଣ ଭୋଇ, ଶିକ୍ଷକ ସଂଘ ବୌଦ୍ଧ ସଭାପତି ନିଲାଞ୍ଚଲ ଭୋଇ, ଜିଲ୍ଲା ପରିଷଦ ମଞ୍ଜୁଳା ଧାରୁଆ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ମୋହନଗିରି ସରପଞ୍ଚ ସୁରେଶ ଧାରୁଆ, ସିଙ୍ଗପୁର ସରପଞ୍ଚ ଉଛବ ପଧାନ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରାଧାକାନ୍ତ ବେହେରା ଓ ସତ୍ୟ ନାରାୟଣ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ସୁନୀଲ କୁମାର ଭୋଇ, ଆଶିଷ କୁମାର ସାହୁ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ଶଶିକାନ୍ତ ମାଝୀ, ଭୁପେନ୍ଦ୍ର ମିଶ୍ର, ଜଳେଶ୍ୱର ସାହୁ ଓ ସପନେଶ୍ୱର କର୍ମୀ । ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ମ୍ୟାଚ୍‌ ଶେଷରେ ଅଞ୍ଚଳର ବିଭିନ୍ନ ବିଭାଗରେ କୃତି ଅର୍ଜନ କରିଥିବା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.