ମନିଗାଁରେ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଜୁରାବନ୍ଧ ଓ ପାଇକପଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିନରେ ପହଂଚିଛି । ଆଜିର ପଞ୍ଚମ ଦିବସରେ ଅତିଥି ଭାବେ ପୂର୍ବତନ କପିଲାଭଟା ସରପଞ୍ଚ ନେତ୍ରା ନନ୍ଦ ସଗରିଆ, ମହିପାଳ ଷଣ୍ଢ, ଶିବ ନାରାୟଣ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଧନଞ୍ଜୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ପଞ୍ଚମ ଦିବସରେ ଜୁରାବନ୍ଧ ଓ କୁରସୁଡ଼ ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଜୁରାବନ୍ଧ ଦଳ ବିଜୟୀ ହୋଇଥିଲେ । ଦ୍ଵିତୀୟ ରାଉଣ୍ଡରେ ଚୁଲିଫୁଙ୍କା ଓ ପାଇକ ପଡ଼ା ଦଳ ମଧ୍ୟରେ ମ୍ୟାଚ ହୋଇ ଥିବା ବେଳେ ପାଇକ ପଡ଼ା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରି ଥିବାବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଚଉ ଭୋଇ, ମନୁ ମାଝୀ ସହଯୋଗ କରିଥିଲେ । ଆୟୋଜକ ମଣିଶ୍ରୀ ଫୁଟବଲ କ୍ଲବର ସୁଶୀଲ ମାଝୀ, ଅରୁଣ ମାଝୀ, ଯଜ୍ଞଦତ୍ତ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ, ମହେଶ ମାଝୀ ପ୍ରମୁଖଙ୍କ ସହ କ୍ଳବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!