- କଣ୍ଟାବାଞ୍ଜିକୁ ହରାଇ ଖଲିଆଖମାର ଚାମ୍ପିୟନ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ଓ ଖଲିଆଖମାର ଦଳ ଫାଇନାଲ ମ୍ୟାଚ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିରେ କଣ୍ଟାବାଞ୍ଜିକୁ ହରାଇ ଖଲିଆଖମାର ଦଳ ଚାମ୍ପିୟନ ହୋଇଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ସମ୍ମାନିତ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବଙ୍ଗୋମୁଣ୍ଡା ଚଉଷଠୀ ଯୋଗନୀ ସାହିତ୍ୟ କଳା ପରିଷଦର ସଭାପତି ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼. ନାରାୟଣ ମିଶ୍ର, ପତ୍ରାପାଲି ପଞ୍ଚାୟତର ସମିତି ସଭ୍ୟ ସନ୍ୟାସୀ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଡୋଳାମଣି ଦାସ ଓ ପ୍ରେମଚାନ୍ଦ ତାଣ୍ଡି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ସହସମ୍ପାଦକ ମୋହନ ନେଉରା, ସଂଗଠକ ନେତ୍ରମଣି ଭୋଇ, ଡୋଳାମଣି ଦାସ, ତ୍ରିନାଥ ଭୋଇ, ସୁଧାଂଶୁ ଭୋଇ, ସହିଦ ମହମ୍ମଦ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।