oom

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲ୍‌ରେ ଖଲିଆଖମାର

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଉତ୍କଳ କନ୍ଧ ସମାଜ କେନ୍ଦ୍ର କମିଟିର ସଭାପତି ଚିନ୍ତାମଣି ଭୋଇ, ଜିଲ୍ଲା ସଭାପତି ବିରଞ୍ଚି ଭୋଇ, ବୁଡୁକା ପ୍ରଗଣାର ସଭାପତି ଚକ୍ରଧର ଜାନି, ଜିଲ୍ଲା ଉପସଭାପତି ଶରତ ସିଂଭୋଇ, ପ୍ରଗଣା ସମ୍ପାଦକ ମନୋରଞ୍ଜନ ଭୋଇ ଏବଂ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଲକ୍ଷ୍ମଣ ବାଗ, ଗଁରେଇ ବିଜେପି ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ନେଓରା ଅତିଥି ଭାବେ ମଂଚାସୀନ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟିଟିଲାଗଡ଼ ଓ ଖଳିଆଖମାର ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ଟିଟିଲାଗଡ଼ ଦଳକୁ ପରାସ୍ତ କରି ଖଲିଆଖମାର ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ସହସମ୍ପାଦକ ମୋହନ ନେଉରା, ସଂଗଠକ ନେତ୍ରମଣି ଭୋଇ, ଡୋଳାମଣି ଦାସ, ତ୍ରିନାଥ ଭୋଇ, ସୁଧାଂଶୁ ଭୋଇ, ସହିଦ ମହମ୍ମଦ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୩ ତାରିଖ ଦିନ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.