oom

ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହାସମାବେଶ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହା ସମାବେଶ ରବିବାର ଆୟୋଜିତ ହୋଇଯାଇଛି । ଝରଣୀ ଗାଁର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଯଶୋବନ୍ତ ତାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ ତାଣ୍ଡି, ଉପ ସଭାପତି ଅନିଳ ବିଭାର, ତୁରେକେଲା ବ୍ଲକ ସଭାପତି ଫାଲଗୁନି ନାଗ, ଉପଦେଷ୍ଟା ରମେଶ ଚନ୍ଦ୍ର ମାହାନନ୍ଦ, ସିଟ ଅନୁଷ୍ଠାନ ସଂଯୋଜକ ରତିନ୍ଦ୍ର ରାଏ, ତୁରେକେଲା ବ୍ଲକ ଉପ ସଭାପତି ତୁଳସିରାମ ଜଗତ, ଚଟୁଅନକା ପଞ୍ଚାୟତ ସଭାପତି ଦେବାନନ୍ଦ ବଏ, ଚାଉଳସୁଖା ସଭାପତି ଘାସି ବାଗ, ସହ ବିଭିନ୍ନ ବ୍ଲକ ସଭାପତି ମାନେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ । ଲକ୍ଷେ ଘର ଗଣ୍ଡା ସମାଜର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ କରି ଆଜିର ବୈଠକରେ ଆଳୋଚନା ହୋଇଥିଲା । ଆଗାମୀ ଦିନ ସମାଜ ଆହୁରୀ କେମିତି ହେବ ସଂଗଠିତ ହେବ ସେ ନେଇ ବିଶେଷ କରି ଆଳୋଚନା ହୋଇଥିଲା । ଏବଂ ସମାଜର ଯୁବପିଢି ରୋଜଗାର ପାଇ କେମିତି ଆହୁରୀ ଉନ୍ନତୀ କରିବେ ସେ ନେଇ ଅତିଥି ମାନେ ତାଙ୍କ ଅବିଭାଷଣ କହିଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶହ ଶହ ସଦଦ୍ୟ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଜଗ ଦୀପ, ସଂପାଦକ ନାରାୟଣ ବିଭାର,ସହ ସଂପାଦକ ଲକ୍ଷେଶ୍ୱର ବାଗ, କୋଷାଧ୍ୟକ୍ଷ ଜିତୁ ବାଗ, ତୁଲାରାମ ତାଣ୍ଡି, ସଂଯୋଜକ କୌଲାଶ ତାଣ୍ଡି, ସନାତନ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.